ଆହୁରି ୪ ଦିନ କୂଆପଥର ସହ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ !
ମେ ୬ ତାରିଖ ପର୍ଯ୍ୟନ୍ତ ବଜ୍ରପାତ ସହିତ ଝଡ଼ବର୍ଷା, ପବନ ବହିବା, କୂଆପଥର ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଭୁବନେଶ୍ୱର: ଆସନ୍ତା ୪ ଦିନ ପ୍ରବଳ ବର୍ଷା। ଯଦି ଦେଖିବା ଏବେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଆଉ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମଧ୍ୟ ଜୀବନ ନେଉଛି। ଯଦିଓ ତାପମାତ୍ରା କିଛି ପରିମାଣରେ କମିଛି। ହେଲେ ଖରାର ପ୍ରକୋପ ଜାରି ରହିଛି।
ଆଉ ଏହାରି ଭିତରେ ପାଣିପାଗ ବିଭାଗ ଆକଳନ କରିଛି କି ଆଗାମୀ ୪ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନ ରହିଛି। ରାଜ୍ୟରେ ମେ ୬ ତାରିଖ ପର୍ଯ୍ୟନ୍ତ ବଜ୍ରପାତ ସହିତ ଝଡ଼ବର୍ଷା, ପବନ ବହିବା, କୂଆପଥର ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD)ପକ୍ଷରୁ ସୂଚନା ରହିଛି।
ଆସନ୍ତାକାଲି ଉତ୍ତର ଓଡିଶା, ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ସେହିଭଳି ୪ ଓ ୫ ତାରିଖରେ କିଛିକିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ।
ଆଗାମୀ ୫ ଦିନ ମଧ୍ୟରେ ଦିନର ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ଏବଂ ପରବର୍ତ୍ତୀ ୨ ଦିନ ମଧ୍ୟରେ ଏହା ୨-୩°C ବୃଦ୍ଧି ପାଇବ।