ବର୍ଷାରେ Walk କରିବା ଦ୍ବାରା ମିଳିଥାଏ ଆଶ୍ଚର୍ଯ୍ୟଜନକ ଲାଭ, ଶୁଣିଲେ ହେବେ ଆଶ୍ଚର୍ଯ୍ୟ
ବର୍ଷାରେ ଓ୍ବାକ କରିବା ଦ୍ବାରା ମିଳିଥାଏ ଗଜବ ଫାଇଦା ।
ନୂଆଦିଲ୍ଲୀ: ଚାଲିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଆଜିକାଲିର ଅସ୍ୱାସ୍ଥ୍ୟକର ଜୀବନଶୈଳୀରେ କ୍ୟାଲୋରୀ ନଷ୍ଟ କରିବାର ଏହା ଏକ ଉତ୍ତମ ଉପାୟ । ଯାହା କେବଳ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ନାହିଁ ବରଂ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ବୃଦ୍ଧି କରେ ।
କ୍ୟାଲୋରୀ ନଷ୍ଟ କରିବାରେ ସହାୟକ- ଯେକୌଣସି ପ୍ରକାରର ଚାଲିବା କ୍ୟାଲୋରୀ ନଷ୍ଟ କରିବାର ଏକ ଉତ୍ତମ ଉପାୟ, ଏବଂ ବର୍ଷାରେ ଚାଲିବା ମଧ୍ୟ ଭିନ୍ନ ନୁହେଁ । ଚାଲିବା ଦ୍ବାରା ହୃଦସ୍ପନ୍ଦନ ବୃଦ୍ଧି ପାଇବ, ଯାହା ଅଧିକ କ୍ୟାଲୋରୀ ଜାଳିବ । ବର୍ଷାରେ ନିୟମିତ ଚାଲିବା ଦ୍ଵାରା ଆପଣ ଓଜନ ହ୍ରାସ ଏବଂ ବଜାୟ ରଖିପାରିବେ ।
ମନୋଭାବ ଉନ୍ନତ କରେ- ବର୍ଷାର ଶାନ୍ତ ଏବଂ ଶୀତଳ ଟୋପା ଆମ ମନ ଉପରେ ଏକ ଖୁସିର ପ୍ରଭାବ ପକାଇଥାଏ । ଏହା ଚାପ ଏବଂ ଚିନ୍ତାକୁ କମ କରିବାରେ ସାହାଯ୍ୟ କରିପାରିବ ।
ବର୍ଷାରେ ଚାଲିବା ଦ୍ୱାରା ଏଣ୍ଡୋରଫିନ୍ ନାମକ ହରମୋନ୍ ନିର୍ଗତ ହୁଏ, ଯାହାକୁ “ଫିଲ୍-ଗୁଡ୍” ହରମୋନ୍ ମଧ୍ୟ କୁହାଯାଏ। ଏହି ହରମୋନଗୁଡ଼ିକ ମନୋଭାବକୁ ଉନ୍ନତ କରିବାରେ ଏବଂ ଖୁସିର ଭାବନା ବୃଦ୍ଧି କରିବାରେ ସାହାଯ୍ୟ କରନ୍ତି ।
ତାଜା ପବନ- ବର୍ଷା ପରେ ପରିବେଶ ସଫା ଏବଂ ସତେଜ ହୋଇଯାଏ । ବାୟୁରେ ଧୂଳି ଏବଂ ପ୍ରଦୂଷଣର ସ୍ତର ହ୍ରାସ ପାଏ । ଏପରି ତାଜା ପବନ ନିଶ୍ୱାସ ନେବା ଆପଣଙ୍କ ଫୁସଫୁସ ପାଇଁ ବହୁତ ଲାଭଦାୟକ ଏବଂ ଆପଣଙ୍କୁ ଉର୍ଜାଳୁ ଅନୁଭବ କରାଏ ।