ଆଜି ଅହମ୍ମଦାବାଦର ବିମାନ ଦୁର୍ଘଟଣା ସ୍ଥଳକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ହସ୍ପିଟାଲ ଯାଇ ଆହତଙ୍କ ସହ କଥା ହେବେ ମୋଦି।

ଅହମ୍ମଦାବାଦ: ଗୁରୁବାର ମଧ୍ୟାହ୍ନର ସେହି ଛାତିଥରା ବିମାନ ଦୁର୍ଘଟଣା। ପୁରା ଦେଶ କ’ଣ ପୁରା ବିଶ୍ୱକୁ ଦୋହଲାଇ ଦେଇଛି କହିଲେ ଅତ୍ୟୁକ୍ତି ହେବନି।  ଏହାରି ଭିତରେ ବିମାନର ଥିବା ଯାତ୍ରୀଙ୍କ ସମେତ ଆଖପାଖରେ ଥିବା ସ୍ଥାନୀୟ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ଆଉ ଗତକାଲି ଏହି ଭୟଙ୍କର ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ। ଏହାସହ ଗତକାଲି ହିଁ ଅହମ୍ମଦାବାଦ ଯାଇ ଘଟଣାର ସ୍ଥିତି ସମୀକ୍ଷା କରିଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ।

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ଶାହ ଘଟଣାସ୍ଥଳକୁ ବାହାରିଥିଲେ। ଆଉ ଆଜି ନିଜେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଯିବେ।  ଆଜି ଘଟଣାସ୍ଥଳକୁ ଯିବେ ପ୍ରଧାନମନ୍ତ୍ରୀ ମୋଦି।  ହସ୍ପିଟାଲ ଯାଇ ଆହତଙ୍କ ସହ କଥା ହେବେ। ଏହାସହ ବିମାନ ଦୁର୍ଘଟଣା ସମ୍ପର୍କରେ କରିବେ ସମୀକ୍ଷା।