କେବଳ 11Aର ରମେଶ ନୁହଁନ୍ତି, ଏୟାର ଇଣ୍ଡିଆର ଏହି ପାସେଞ୍ଜର ବି ଥିଲେ ବହୁତ ଲକି, ଏହି କାରଣରୁ ବଞ୍ଚିଗଲେ

ଏହି କାରଣ ପାଇଁ ବଞ୍ଚିଗଲେ ଭୂମିକା।

ଅହମ୍ମଦାବାଦ:  ଗୁରୁବାର ଅପରାହ୍ନରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର AI171 ବିମାନ ଉଡ଼ାଣ ଭରିବା ମାତ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ୨୪୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣେ ଯାତ୍ରୀ ବଞ୍ଚିଯାଇଛନ୍ତି। ତାଙ୍କର ନାମ ରମେଶ ବିଶ୍ୱାସ କୁମାର। ସେ 11A ନମ୍ବର ସିଟ୍‌ରେ ବସିଥିଲେ।

ଏବେ ଏହି ଯାତ୍ରୀଙ୍କ ବିଷୟରେ ସବୁଠି ଚର୍ଚ୍ଚା ହେଉଛି। କିଏ କହୁଛି ତାଙ୍କର ଭାଗ୍ୟ ଟାଣ ଥିଲା ତ ଆୁ କିଏ କହୁଛି 11A ନମ୍ବର ସିଟ୍‌ ଲକି ଥିଲା। ହେଲେ ଏବେ ଆଉ ଜଣେ ଭାଗ୍ୟବାନ ଯାତ୍ରୀଙ୍କ କଥା ମଧ୍ୟ ଚର୍ଚ୍ଚାର ପରିସର ଭୁକ୍ତ ହୋଇଛି। ଯିଏକି ଏହି ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି।

ଲକି ଯାତ୍ରୀ: ତେବେ ଏହି ଲକି ଯାତ୍ରୀ ଜଣକ ହେଉଛନ୍ତି ଅହମ୍ମଦାବାଦର ବାସିନ୍ଦା ଭୂମିକା ଚୌହାନ। ସେ ଜୁନ୍ ୧୨ ତାରିଖରେ AI171ରେ ଲଣ୍ଡନ ଯିବାକୁ ଟିକେଟ୍ ବୁକିଂ କରିଥିଲେ।

ସହରରେ ଟ୍ରାଫିକ୍ ଜାମ୍ ଦେଖି ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ଘରୁ ବାହାରି ଯାଇଥିଲେ। ହେଲେ ଏହା ସତ୍ତ୍ୱେ ମଧ୍ୟ ସେ ଅହମ୍ମଦାବାଦରେ ପ୍ରବଳ ଟ୍ରାଫିକ୍ ଜାମ୍‌ରେ ଅନେକ ସ୍ଥାନରେ ଫସି ରହିଥିଲେ।

କିପରି ବଞ୍ଚିଲେ ଭୂମିକା: ସେ ଟ୍ରାଫିକରେ ଫସି ଯିବାରୁ ସର୍ଦ୍ଦାର ବଲ୍ଲଭଭାଇ ବିମାନବନ୍ଦରରେ ୧୦ ମିନିଟ୍ ବିଳମ୍ବରେ ପହଞ୍ଚିଥିଲେ ଯାହା ଫଳରେ ତାଙ୍କୁ ବିମାନରେ ଚଢ଼ିବାକୁ ଅନୁମତି ମିଳିଲା ନାହିଁ। ଯାହା ଫଳରେ ସେ ତାଙ୍କର ବିମାନ ମିସ୍ କଲେ।

ପ୍ଲେନ୍ ମିସ୍ ହେବା ପରେ ସେ ବହୁତ ଦୁଃଖୀ ହୋଇଯାଇଥିଲେ। ଏପରିକି କାନ୍ଦିବାକୁ ମଧ୍ୟ ଲାଗିଥିଲେ। ହେଲେ ସେ ଜାଣିନଥିଲେ ଭଗବାନ ଏସବୁ ତାଙ୍କ ଭଲ ପାଇଁ  କରିଥିଲେ। ଯଦି ସେ ଏହି ବିମାନରେ ଯାତ୍ରା କରିଥାନ୍ତେ ତାହାଲେ ବୋଧ ହୁଏ ଅନ୍ୟ ଯାତ୍ରୀଙ୍କ ପରି ତାଙ୍କୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡିଥାନ୍ତା।

ଛୁଟିରେ ଆସିଥିଲେ:  ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଜଣେ ଯାତ୍ରୀ ଭୂମି ଚୌହାନ ଗଣମାଧ୍ୟମକୁ କହିଛନ୍ତି ଯେ ବିମାନ ଦୁର୍ଘଟଣାର ଖବର ଶୁଣି ସେ ସମ୍ପୂର୍ଣ୍ଣ ଭୟଭୀତ ହୋଇଯାଇଥିଲେ।

ସେ କହିଛନ୍ତି, “ମୋ ଶରୀର ଥରି ଉଠିଥିଲା, ମୁଁ କିଛି ବୁଝିପାରିଲି ନାହିଁ, ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି।” ସେ ଆହୁରି କହିଛନ୍ତି, “ମୁଁ ଭଗବାନଙ୍କ ନିକଟରେ କୃତଜ୍ଞ। ମୋର ଗଣପତି ବାପ୍ପା ମୋତେ ରକ୍ଷା କରିଛନ୍ତି।”

ଭୂମି କହିଛନ୍ତି ଯେ ତାଙ୍କ ସ୍ୱାମୀ ଲଣ୍ଡନରେ ରୁହନ୍ତି ଏବଂ ସେ ଦୁଇ ବର୍ଷ ପରେ ସେଠାରୁ ଛୁଟିରେ ଭାରତ ଆସିଥିଲେ। ସେ ଏକା ଲଣ୍ଡନ ଫେରିବାକୁ ଯାଉଥିଲେ। ବିମାନ ଠିକ୍ ସମୟରେ ଥିଲା, କିନ୍ତୁ ସେ ଠିକ୍ ସମୟରେ ପହଞ୍ଚି ପାରିନଥିଲେ, ତେଣୁ ତାଙ୍କୁ ଘରକୁ ଫେରିବାକୁ ପଡିଲା।

୧୧ଏର ଯାତ୍ରୀ ବଞ୍ଚିଗଲେ: ଏହି ବିମାନ ଦୁର୍ଘଟଣାରେ ବିଶ୍ୱାସ କୁମାର ରମେଶ ନାମକ ଜଣେ ବ୍ୟକ୍ତି ଚମତ୍କାର ଭାବରେ ବଞ୍ଚିଗଲେ। ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ସମୟରେ ସବୁଠି ଭଗ୍ନାବଶେଷ, ନିଆଁ ଏବଂ ଚିତ୍କାର ଶୁଣାଗଲା, ତା’ପରେ ଏକ ଚମତ୍କାର ଘଟିଲା। ବି

ବିମାନରେ ୧୧ଏ ସିଟ୍ ନମ୍ବରରେ ବସିଥିବା ଯାତ୍ରୀ ବିଶ୍ୱାସ କୁମାର ରମେଶ ସାମାନ୍ୟ ଆହତ ହୋଇ ବଞ୍ଚିଗଲେ। ଡ୍ରିମଲାଇନର ବିମାନରେ ୧୧ଏ ସିଟ୍ ନମ୍ବରରେ ବସିଥିବା ବ୍ୟକ୍ତି ଏତେ ଭୟଙ୍କର ଦୁର୍ଘଟଣା ପରେ ମଧ୍ୟ ବଞ୍ଚିଗଲେ, ଯେତେବେଳେ କି ଅନ୍ୟ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।