ଭୂତଙ୍କ ଆଡ୍ଡାସ୍ଥଳୀ, ରୁହନ୍ତି 30ରୁ ଅଧିକ ଭୁତ, ଭୁଲରେ ବି ଯାଆନ୍ତୁନି, ନଚେତ…
ଏହି ସ୍ଥାନରେ ରାତିହେଲେ ଶୁଭେ ଭୟଙ୍କର ଶବ୍ଦ
ବ୍ରିଟେନ: ଭୂତଙ୍କ ଆଡ୍ଡାସ୍ଥଳୀ, ରୁହନ୍ତି 30ରୁ ଅଧିକ ଭୁତ। ରାତିହେଲେ ଶୁଭେ ଚାଲିବା ଶବ୍ଦ। ଭୂତଙ୍କ ଆଡ୍ଡାସ୍ଥଳୀ କହିଲେ ବ୍ରିଟେନର ଗ୍ଲାଷ୍ଟନବରୀକୁ ବୁଝାଏ। ଏହାକୁ ବ୍ରିଟେନର ରହସ୍ୟମୟ ରାଜଧାନୀ କୁହାଯାଉଥିବାବେଳେ ଏଠାରେ ଅନେକ ସ୍ଥାନ ଅଛି ଯାହା ଭୂତ ସହିତ ଜଡିତ। ସମସ୍ତଙ୍କର ଭିନ୍ନ ଭିନ୍ନ କାହାଣୀ ମଧ୍ୟ ରହିଛି।
30 ଭୂତଙ୍କ ଆଡ୍ଡାସ୍ଥଳୀ ଏହି ପବ୍: 500 ବର୍ଷ ପୁରୁଣା ଜର୍ଜ ଆଣ୍ଡ୍ ପିଲଗ୍ରିମ୍ସ ଇନ୍, ପ୍ରାଚୀନ ଜଙ୍ଗଲ ପାଇଁ ବେଶ ଜଣାଶୁଣା। କିନ୍ତୁ ଏହାକୁ 30 ଭିନ୍ନ ଭିନ୍ନ ଭୂତଙ୍କ ଆଡ୍ଡାସ୍ଥଳୀ ଭାବରେ ଦର୍ଶାଯାଏ।
ସେମାନଙ୍କ ମଧ୍ୟରୁ, ଜଣେ ହୁଡ୍ ପିନ୍ଧା ସନ୍ୟାସୀ ସବୁଠାରୁ ଭୟଙ୍କର। କୁହାଯାଏ ଯେ, ଏହି ସନ୍ୟାସୀ ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ। କିନ୍ତୁ କୌଣସି ଅପରାଧ କାରଣରୁ ସେ ଏଠାରେ ଆତ୍ମହତ୍ୟା କରିଥିଲେ। ସେହିଦିନ ଠାରୁ ତାଙ୍କର ଭୂତ ଏଠାରେ ଘୂରି ବୁଲୁଛି।
ଅଜବ ଘଟଣା ଘଟିଥାଏ: ପବର କର୍ମଚାରୀମାନେ କୁହନ୍ତି ପ୍ରାୟ ସବୁଦିନ ଏଠାରେ ଅଜବ ଅଜବ ଘଟଣା ଦେଖିବାକୁ ମିଳିଥାଏ। ଯେପରିକି, ହଠାତ ତାପମାତ୍ରା ହ୍ରାସ ପାଏ, ପାଣି ଟ୍ୟାପ୍ ଆପେ ଆପେ ଖୋଲିଯାଏ ଆଉ ବନ୍ଦ ହୋଇଯାଏ, ତଳ ଘରେ କାହାର ପାଦ ଶବ୍ଦ ଶୁଣାଯାଏ ଇତ୍ୟାତି। କେହି କେହି ତ ଜଣେ ଧଳା ଶାଢ଼ୀ ପିନ୍ଧିଥିବା ମହିଳାଙ୍କୁ ଦେଖିଥିବାର ମଧ୍ୟ କୁହନ୍ତି।
ମଠରୁ ଶୁଭେ ଭଜନ: ଗ୍ଲାଷ୍ଟନବରୀରେ ଥିବା ମଠର କାହାଣୀ ମଧ୍ୟ କମ୍ ଭୟଙ୍କର ନୁହେଁ। କୁହାଯାଏ ଯେ ଷୋଡ଼ଶ ଶତାବ୍ଦୀରେ ହେନରୀ ଅଷ୍ଟମ, ମଠକୁ ଧ୍ୱଂସ କରିବାକୁ ନିର୍ଦ୍ଦେଶ ଦେଇ ଜର୍ଜ ଆଣ୍ଡ୍ ପିଲଗ୍ରିମ୍ସ ଇନରେ ଥାଇ ଏହି ମଠ ଜଳୁଥିବାର ଦେଖିଲେ।
ମଠରେ ଥିବା ସମସ୍ତ ସାଧୁ, ଭିକ୍ଷୁକ ମଧ୍ୟ ଜଳି ପୋଡି ଧ୍ୱଂସ ହୋଇଗଲେ। ଯାହାଫଳରେ ଆଜି ମଧ୍ୟ ସେହି ଭିକ୍ଷୁମାନଙ୍କ ଛାଇ ଏବଂ ସେମାନଙ୍କର ଭଜନ କୀର୍ତ୍ତନ ଏହି ମଠରେ ଦେଖିବାକୁ ମିଳେ ।
ଗ୍ଲାଷ୍ଟନବରୀ ହେଉଛି ୧୬୮୫ ମସିହାରେ ସେଡଗେମୁରର ରକ୍ତାକ୍ତ ଯୁଦ୍ଧର ସ୍ଥାନ। ସେଠାରେ ଅନେକ ସୈନିକଙ୍କୁ ଫାଶୀ ଦିଆଯାଇଥିଲା। ଯାହାଙ୍କ ଛାଇ ଏବେ ବି ଦେଖିବାକୁ ମିଳେ।
ମହୋତ୍ସବରେ ଭୂତ: କେବଳ ଗ୍ଲାଷ୍ଟନବରିର ସ୍ଥାନଗୁଡ଼ିକରେ ନୁହଁ ବରଂ ପ୍ରତିବର୍ଷ ଏଠାରେ ଅନୁଷ୍ଠିତ ହେଉଥିବା ଗ୍ଲାଷ୍ଟୋ ମହୋତ୍ସବରେ ମଧ୍ୟ ଭୂତ ଦେଖାଯାଏ।
2023 ମସିହାରେ, 25 ବର୍ଷୀୟ ଜର୍ଜିଆ ବିଚ୍, ପଥର ମଝିରେ ନିଆଁର ଭିଡିଓ କରୁଥିବା ସମୟରେ ଏକ ରହସ୍ୟମୟ ବ୍ୟକ୍ତିକୁ ଦେଖିଥିଲେ। ସେ କହିଥିଲେ, “ଏହା ଏପରି ଏକ ବ୍ୟକ୍ତି ଥିଲା ଯାହା ମନକୁ ଅଦୃଶ୍ୟ ମଧ୍ୟ ହୋଇଯାଇଥିଲା। ହୁଏତ ଏହା ଏକ ଆତ୍ମା ଥିଲା।”