ବାଂଲାଦେଶ ରାଜନୀତିରେ ନୂଆ ମୋଡ଼, ଶେଖ୍ ହାସିନାଙ୍କୁ ଦେଶ ପାର୍ କରିଥିବା ଛାତ୍ରନେତା ଗିରଫ

କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।

ଢ଼ାକା: ବାଂଲାଦେଶ ରାଜନୀତିରେ ନୂଆ ମୋଡ଼।  ୨୦୨୪ ମସିହା ଅଗଷ୍ଟ ୫ ତାରିଖରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଦେଶ ପାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଛାତ୍ର ନେତା ପାଖାପାଖି ବର୍ଷେ ପରେ ଏବେ ଗିରଫ ହୋଇଛନ୍ତି।

ବାଂଲାଦେଶ ପୋଲିସ ଶୁକ୍ରବାର ଦିନ ହସିନାଙ୍କ ବିରୋଧରେ ଆନ୍ଦୋଳନର ନେତୃତ୍ୱ ନେଇଥିବା ଛାତ୍ର ନେତା ଆଲମ ଆପୁଙ୍କୁ ଗିରଫ କରିଛି।  ଏହି ଗରିଫଦାରୀ ଏପରି ସମୟରେ ହୋଇଛି ଯେତେବେଳେ ଶେଖ ହାସିନାଙ୍କ ସରକାରର ପତନର ଗୋଟିଏ ବର୍ଷ ପୂରଣ ହେବାକୁ ଆଉ ମାତ୍ର ୨ ଦିନ ବାକି ଅଛି।

ଘଟଣା କ’ଣ ଥିଲା: ଯଦି ଦେଖିବା ଏହି ବ୍ୟକ୍ତି ଜଣକ ଶେଖ ହାସିନାଙ୍କ ଘଟଣା ପାଇଁ ଗିରଫ ହୋଇନାହାନ୍ତି। ଏନେଇ ବାଂଲାଦେଶ ପୋଲିସ କହିଛି ଯେ ଆଲାମ ଆପୁଙ୍କୁ ଦାଦାବଟି ଆଦାୟ ଅଭିଯୋଗରେ ଗିରଫ କରାଯାଇଛି।

ସମାନ ମାମଲାରେ ତାଙ୍କର ଅନ୍ୟ ପାଞ୍ଚ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଯେଉଁଥିରେ ଛାତ୍ର ବିରୋଧୀ ଡ଼ିସକ୍ରିମିନେସନ (ଏସଏଡି)ର ଦୁଇ ପ୍ରମୁଖ ନେତା ମଧ୍ୟ ସାମିଲ ଅଛନ୍ତି। ତଥାପି ଏହି ନେତାମାନଙ୍କ ଗିରଫଦାରୀର ପ୍ରାୟ ଗୋଟିଏ ସପ୍ତାହ ପରେ ଆଲାମ ଆପୁଙ୍କୁ ଗିରଫ କରାଯାଇଥିଲା।