ମଦ ନିଶା ବୁଡ଼ାଇଦେଲା ଭେଳା, ଚୋରି କରି ବେଡରେ ଶୋଇପଡ଼ିଲା ଚୋର, ସକାଳୁ ଉତ୍ତମ ମଧ୍ୟରେ ଭାଙ୍ଗିଲା ନିଦ
ଉତ୍ତରପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି ବିଚିତ୍ର ଚୋର।
ଉତ୍ତରପ୍ରଦେଶ: ବିଚିତ୍ର ଚୋର। ଉତ୍ତରପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି ବିଚିତ୍ର ଚୋର। ଶନିବାର ଦିନ ରାତିରେ ଜଣଙ୍କ ଘରେ ପଶିଥିଲା ଚୋର। ନିଶାରେ ଚୁର ଥିଲା ଚୋର। ନିଶାରେ ଚୋରି କରିବା ପରେ ଫେରାର ହେବା ପରିବର୍ତ୍ତେ ବେଡ୍ରେ ଶୋଇପଡ଼ିଥିଲା ଚୋର।
ସକାଳେ ପରିବାର ସଦସ୍ୟମାନେ ଉଠିବା ପରେ, ଆଲମାରୀର ଲକର ଭଙ୍ଗା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚୋର ପାଖରେ ଶୋଇଥିବାର ଦେଖି ପରିବାର ଲୋକେ ଚୋରକୁ ମାଡ଼ ମାରିଥିଲେ।
ଯେତେବେଳେ ତାଙ୍କୁ ଖୋଜାଖୋଜି କରାଗଲା, ଚୋର ପକେଟରୁ ସୁନା ଏବଂ ରୂପା ଅଳଙ୍କାର ମିଳିଥିଲା। ପରେ, ଚୋରକୁ ପୋଲିସ ହାତରେ ଦେଇଥିଲେ ପରିବାର ଲୋକ।
ନାଜିରାବାଦ ଥାନା ଅଞ୍ଚଳର ମରିୟମପୁର ରେଳ ଲାଇନର ବାସିନ୍ଦା କାରଖାନା କର୍ମଚାରୀ ବିନୋଦ କୁମାର ଏବଂ ତାଙ୍କ ସାନ ଭାଇ ଅନିଲ କୁମାର ଏକାଠି ରୁହନ୍ତି। ସ୍ଥାନୀୟ ଅଞ୍ଚଳରେ ରହୁଥିବା ଅରୁଣ କୁମାର ଚୋରି ଉଦ୍ଦେଶ୍ୟରେ ବିନୋଦଙ୍କ ଘରେ ପ୍ରବେଶ କରିଥିଲା।
ସେ ଆଲମାରୀର ଲକର ଭାଙ୍ଗି ନଗଦ ଟଙ୍କା ଏବଂ ଅଳଙ୍କାର ଚୋରି ଲୁଟ୍ କରିଥିଲା। ଏହା ପରେ, ସେ ବିନୋଦଙ୍କ ସାନ ଭାଇ ଅନିଲଙ୍କ ଘରେ ଆଲମାରୀର ଲକର ଭାଙ୍ଗି ଦେଇଥିଲା।
ଚୋର ନଗଦ ଟଙ୍କା ଏବଂ ଅଳଙ୍କାର ଚୋରି କରି ନିଜ ପକେଟରେ ରଖିଥିଲା। ଏହି ସମୟରେ, ସେ ଏତେ ନିଶାରେ ଚୁର ଥିଲା ଯେ ଚୋର ଅନିଲଙ୍କ ଘର ବେଡରେ ଶୋଇପଡ଼ିଥିଲା।
ରବିବାର ସକାଳେ ଯେତେବେଳେ ଅନିଲ ଉଠିଲେ, ଚୋର ବେଡରେ ଶୋଇଥିବା ଦେଖିଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ସେ ଆଲମାରୀ ଦେଖିଥିଲେ, ତାଙ୍କ ଘରୁ ଜିନିଷ ପତ୍ର
ଚୋରି ହୋଇଥିବା ଜାଣିପାରିଥିଲେ। ଅରୁଣଙ୍କୁ ଚୋରକୁ ତଲାସି କରି ତାଙ୍କ ପାଖରୁ ନଗଦ ଟଙ୍କା ଏବଂ ଅଳଙ୍କାର ସବୁକୁ କାଢ଼ି ରଖିଥିଲେ।
ଚୋର ବିରୋଧରେ ଏକ ରିପୋର୍ଟ ଦାଖଲ କରାଯାଇଛି ଏବଂ ତାଙ୍କୁ ଜେଲ୍ ପଠାଯାଇଛି।