ଆପଣ ହଟ୍ ଓ୍ୱାଟର ବ୍ୟାଗ ବ୍ୟବହାର କରୁଛନ୍ତି କି, ସତର୍କ ରୁହନ୍ତୁ, ଏହି ବ୍ୟାଗ ଫାଟିଯାଉଛି
ହଟ୍ ଓ୍ୱାଟର ବ୍ୟାଗ ଆପଣଙ୍କ ଜୀବନ ନେଇପାରେ। ବ୍ୟବହାର ବେଳେ ଫାଟିଯାଉଛି ବ୍ୟାଗ। କିପରି କରିବେ ବ୍ୟବହାର। କ'ଣ ରହିଛି ସତର୍କତା ଆସନ୍ତୁ ଜାଣିବା।
ଲଣ୍ଡନ: ଆପଣ ହଟ୍ ଓ୍ୱାଟର ବ୍ୟାଗ ବ୍ୟବହାର କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ। ଏହା ଆପଣଙ୍କ ପାଇଁ ଆତ୍ମଘାତୀ ହୋଇପାରେ। ନିକଟରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏପରି ସମସ୍ୟା ଦେଖିବାକୁ ମିଳିଛି।
ହଟ୍ ଓ୍ୱାଟର ବ୍ୟାଗ ବ୍ୟବହାର କରୁଛନ୍ତି ସତ କିନ୍ତୁ ଏହି ହଟ୍ ବ୍ୟାଗ ଫାଟି ଯାଉଛି। ଯାହାକୁ ଆପଣଙ୍କ ଜୀବନ ପ୍ରତି ବିପଦ ଆଣିପାରେ। ତେବେ ଏହାକୁ କେଉଁ ଉପାୟରେ ବ୍ୟବହାର କରିବା। କିପରି ବ୍ୟବହାର କରିବା। ଏନେଇ ଆସନ୍ତୁ ସବିଶେଷ ତଥ୍ୟା ଆଲୋଚନା କରିବା।
ହଟ୍ ଓ୍ୱାଟର ବ୍ୟାଗ: ଏହି ବ୍ୟାଗର ବ୍ୟବହାର ପ୍ରାୟତଃ ଅନେକ ଲୋକ କରିଥାନ୍ତି। କିଏ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା ପାଇଁ ହେଉ କିମ୍ୱା କିଏ ପେଟ ପିଠି ଯନ୍ତ୍ରଣା ପାଇଁ ହେଉ। ହେଲେ ବିଶେଷ କରି ମହିଳାମାନେ ଏହି ହଟ୍ ଓ୍ୱାଟର ବ୍ୟାଗର ଅଧିକ ବ୍ୟବହାର କରିଥାନ୍ତି।
ତେବେ ଆପଣମାନେ ଯଦି ଏହାର ବ୍ୟବହାର କରୁଛନ୍ତି ତାହାଲେ ସାବଧାନତା ଅବଲମ୍ୱନ କରନ୍ତୁ। କାରଣ ଏହି ବ୍ୟାଗ ଫାଟି ଜଣେ ମହିଳା ଗୁରୁତର ହୋଇଛନ୍ତି।
କ’ଣ ଘଟିଥିଲା ମହିଳାଙ୍କ ସହ: ତେବେ ଘଟଣାଟି ହେଉଛି ଲଣ୍ଡନର। ଜଣେ ମହିଳା ପିରିୟଡ୍ ଜନିତ ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ ନିଜ ତଳି ପେଟରେ ହଟ୍ ଓ୍ୱାଟର ବ୍ୟାଗ ଦେଇଥିଲେ।
ହେଲେ କିଛି ସମୟ ପରେ ହଠାତ ବ୍ୟାଗଟି ଫାଟି ଯାଇଥିଲା। ଏବଂ ଫୁଟୁଥିବା ଗରମ ପାଣି ମହିଳାଙ୍କ ଜଙ୍ଘ ଉପରେ ଢାଳି ହୋଇଯାଇଥିଲା।
ଫଳରେ ସ୍ଥିତି ଏମିତି ହେଲା ଯେ ଜଙ୍ଘର ଅନେକ ଅଂଶ ପୋଡିଗଲା, ଫୋଟକା ପରେ ଘା’ ହୋଇଗଲା ଏବଂ ତାହା ଜମା ଶୁଖିଲାନି। ପ୍ରାୟ ୧ ମାସ କାଳ ମହିଳା ଜଣଙ୍କ ଚଲାବୁଲା କରିପାରିଲେନି।
କାହିଁକି ଫାଟିଲା ବ୍ୟାଗ: ତେବେ ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ସେହି ବ୍ୟାଗଟିକୁ ଅଧିକ ବର୍ଷ ଧରି ବ୍ୟବହାର କରୁଥିଲେ। ଅର୍ଥାତ୍ ପାଖାପାଖି ୫ ରୁ ୭ ବର୍ଷ ଧରି ବ୍ୟବହାର କରୁଥିଲେ। ତେଣୁ ବ୍ୟାଗଟି ଅଧିକ ଦିନ ହୋଇଯାଇଥିବାରୁ ଫାଟିଗଲା।
କେତେ ଦିନ ଯାଏଁ ବ୍ୟବହାର କରିବେ: ଏମିତିରେ ଏହି ବ୍ୟାଗ ଗୁଡିକ ଅଧିକ ଦିନ ହୋଇଗଲେ ଆପେ ଆପେ ନଷ୍ଟ ହୋଇଯାଏ। ତେଣୁ ଆପଣ ଯଦି ହଟ୍ ଓ୍ୱାଟର ବ୍ୟାଗର ବ୍ୟବହାର କରୁଛନ୍ତି ତେବେ ଏହାକୁ ବେଶୀ ଦିନ ବ୍ୟବହାର କରନ୍ତୁ ନାହିଁ। ବା ୩ ବର୍ଷରେ ଥରେ ଏହି ବ୍ୟାଗ ବଦଳାନ୍ତୁ।
କିପରି ସୁରକ୍ଷିତ ବ୍ୟବହାର କରିବେ: ବୈଦ୍ୟୁତିକ ହଟ୍ ଓ୍ୱାଟର ବ୍ୟାଗକୁ ଶୋଇବା ବେଳେ ବ୍ୟବହାର କରନ୍ତୁ ନାହିଁ। କିମ୍ୱା ଏହି ବ୍ୟାଗକୁ ବ୍ୟବହାର କଲାବେଳେ ନିଦରେ ଶୋଇପଡ଼ନ୍ତୁନି।
ଯଦି ଆପଣଙ୍କ ସ୍କିନ ଅତି ସୁକ୍ଷ୍ମ ବା ପତଳା ଚମଡ଼ା ତାହାଲେ ଆଦୌ ଏହି ବ୍ୟାଗର ବ୍ୟବହାର କରନ୍ତୁ ନାହିଁ। ଏହାଛଡା ଦେହରେ ଯଦି କୌଣସି ଖଣ୍ଡିଆ ହୋଇଛି ଏବଂ ସେ କ୍ଷତ ଶୁଖିନାହିଁ, ତାହାଲେ ବି ଏହାକୁ ବ୍ୟବହାର କରନ୍ତୁ ନାହିଁ।
କେବଳ ସେତିକି ନୁହେଁ ଯେତେବେଳେ ବି ହଟ୍ ଓ୍ୱାଟର ବ୍ୟାଗର ବ୍ୟବହାର କରୁଛନ୍ତି ସେତେବେଳେ ଦେହରେ କିଛି କପଡା ପକାଇ ବ୍ୟାଗ ଦିଅନ୍ତୁ। ନହେଲେ ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।