କ୍ରାଉଡ ଫଣ୍ଡିଂ କହିଦେବ ଦିଲ୍ଲୀ ନିର୍ବାଚନ ରେଜଲ୍ଟ! ଆପକୁ ମିଳିବ କେତେ ଆସନ?

ଭୋଟର ଦେଲେ ୪୦ ଲକ୍ଷ ଟଙ୍କା। ୧୫ ଦିନରେ ମନୀଷଙ୍କୁ ମିଳିଲା ଲୋକଙ୍କ ଭଲପାଇବା; ସାଧାରଣରେ ପ୍ରଶ୍ନ- ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ତ ଏତିକି, ନହେଲେ....

ନୂଆଦିଲ୍ଲୀ: ଦିନକୁ ଦିନ ସରଗରମ ହେଉଛି ଦିଲ୍ଲୀ ରାଜନୀତି। ବିଧାନସଭା ନିର୍ବାଚନ ପାଇଁ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି ଆପ ନେତା।

ଆଉ ଏହାରି ଭିତରେ ମନୀଷ ସିସୋଦିଆ ଏପରି ଏକ କଥା କହିଛନ୍ତି ଯାହା ଲୋକଙ୍କୁ ଚକିତ କରିବା ସହ ଦ୍ୱନ୍ଦ୍ୱରେ ମଧ୍ୟ ପକାଇଛି । ତାହା ହେଉଛି ନିର୍ବାଚନ ପାଇଁ ଫଣ୍ଡିଂ।

ହଁ ସାଧାରଣତଃ ନିର୍ବାଚନ ପାଇଁ ଟଙ୍କାର ଆବଶ୍ୟକତା ରହିଥାଏ। ଅନେକ କ୍ଷେତ୍ରରେ ପାର୍ଟି ଫଣ୍ଡିଂ କରିଥାଏ। ହେଲେ ମନୀଷଙ୍କ କ୍ଷେତ୍ରରେ ପାର୍ଟି ଫଣ୍ଡିଂ କରିନାହିଁ, ବରଂ ସାଧାରଣ ଲୋକ ଖୋଲା ହାତରେ ଟଙ୍କା ଦେଇଛନ୍ତି।

ମନୀଷଙ୍କୁ ୪୦ ଲକ୍ଷ ଅତିଶୀଙ୍କୁ କେତେ?: ଦିଲ୍ଲୀର ପୂବ ର୍ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଆଗାମୀ ବିଧାନସଭା ନିର୍ବାଚନରେ ସେ ଜଙ୍ଗପୁରାରୁ ନିର୍ବାଚନ ଲଢୁଛନ୍ତି ।

ଆଉ ସେଥିପାଇଁ ତାଙ୍କୁ ୪୦ ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା । ତେଣୁ ସେ କ୍ରାଉଡ୍ ଫଣ୍ଡିଂ ପାଇଁ ମନସ୍ଥ କରିଥିଲେ । ଆଉ ଏଥିପାଇଁ ଡିସେମ୍ବର ୩୦ ତାରିଖରୁ ଅଭିଯାନ ଆରମ୍ଭ ହୋଇଥିଲା ।

ଆଉ ଆଶ୍ଚଯ୍ୟ ର୍ର କଥା ଏହା କି, ମାତ୍ର ୧୫ ଦିନ ଭିତରେ ୩୩୧ ଜଣ ଲୋକ ୧୦୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ମଧ୍ୟରେ ଫଣ୍ଡିଂ କରିଥିଲେ । ଯାହା ମିଶିଲା ପରେ ୪୦ ଲକ୍ଷ ଟଙ୍କା ହୋଇଯାଇଥିଲା ।

ଯେଉଁଥିପାଇଁ ସିସୋଦିଆ ସେମାନଙ୍କୁ ନିଜ ସୋସିଆଲ ମିଡିଆ ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଛନ୍ତି । ହେଲେ ଅତିଶୀଙ୍କୁ ନିର୍ବାଚନ ଲଢିବା ପାଇଁ କେତେ ଟଙ୍କା ମିଳିବ ତାହା ଏବେ ବଡ ଆଶଙ୍କା ସୃଷ୍ଟି କରୁଛି ।

ସଚ୍ଚୋଟତାର ସହ ଖର୍ଚ୍ଚ ହେବ ଟଙ୍କା: ସିସୋଦିଆ ଲୋକଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଯେ ତାଙ୍କୁ ସହେଯାଗରେ ମିଳିଥିବା ଟଙ୍କାକୁ ସେ ସଚ୍ଚୋଟତାର ସହ ଖର୍ଚ୍ଚ କରିବେ ।

ଆଉ ଏହି ଟଙ୍କା ମାଧ୍ୟମରେ ସେ ନିର୍ବାଚନ ଜିତିବା ପରେ ଜଙ୍ଗପୁରାବାସୀଙ୍କର ପ୍ରଥମେ ବିକାଶ କରିବେ ବୋଲି କଥା ଦେବା ସହ ଦିଲ୍ଲୀ ଶିକ୍ଷା କ୍ଷେତ୍ରରେ ଆହୁରି ଉନ୍ନତ୍ତି ଆଣିବାକୁ ପଣ କରିଛନ୍ତି ।

ଆତିଶୀଙ୍କୁ ମିଳିଛି ୧୭ ଲକ୍ଷ ଟଙ୍କା: ମନୀଷଙ୍କୁ ୪୦ ଲକ୍ଷ ଟଙ୍କା କ୍ରାଉଡ ଫଣ୍ଡିଂ ହେବା ପରେ,ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ନିର୍ବାଚନ ଖର୍ଚ୍ଚ ପାଇଁ ଅନେକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିଲା ।

ହେଲେ ଆମେ ଏଠି କହି ରଖିବା ପାଇଁ ଚାହିଁବୁ କି କେବଳ ମନୀଷଙ୍କ ପାଇଁ କ୍ରାଉଡ ଫଣ୍ଡିଂ ହୋଇଛି ତାହା ନୁହେଁ । ଏହି ଧାରାରେ ଆତିଶୀଙ୍କୁ ମଧ୍ୟ ୧୭ ଲକ୍ଷ ଟଙ୍କା ମିଳିଛି ।

ଯେଉଁଥିରୁ ଜଣା ପଡୁଛି ଦିଲ୍ଲୀବାସୀଙ୍କ ଆଶୀର୍ବାଦ ଆପ ନେତାଙ୍କ ଉପରେ୍ ଭରପୁର ରହିଛି । ହେଲେ ଏହା କେତେ ସତ ଆଉ କେତେ ମିଛ ତାହା ନିର୍ବାଚନ ଫଳାଫଳ ଆସିଲେ ହିଁ ଜଣାପଡିବ ।