fbpx
BJD SKY
BJD SKY

ବାରମ୍ବାର ମାଂସପେଶୀରେ ଏଭଳି କଷ୍ଟ ପାଉଛନ୍ତି କି? ଶରୀରରେ ଏହି ଭିଟାମିନ୍ ଅଭାବର ଏକ ବଡ଼ ସଙ୍କେତ

BJD

ଭୁବନେଶ୍ୱର ; ଆପଣ ଶୋଇଥିବେ ହଠାତ୍ ଆପଣଙ୍କ ଗୋଡର ମାଂସପେଶୀରେ ଥିବା ଶୀର ଟାଣି ହେଲା ଭଳି ଅନୁଭବ ହୁଏ । କିଏ ଯେମିତି ବହୁତ ଜୋରରେ ଟାଣିକି ରଖିଛି । ଗୋଡ ସିଧା ହେଉ ନାହିଁ । ଏହା ବହୁତ ଯନ୍ତ୍ରଣାସାୟକ । ଯଦିଓ ଏହି କଷ୍ଟ ବେଶୀ ସମୟ ରୁହେ ନାହିଁ, ତଥାପି ଯେଉଁ ଅଳ୍ପ ମୁହୂର୍ତ୍ତ ରୁହେ ତାହା ବହୁତ କଷ୍ଟଦାୟକ ଥାଏ । ବିଶେଷ କରି ଶୋଇବା ସମୟରେ ହିଁ ଗୋଡ ସିଧା କରିବା ବେଳେ ହଠାତ୍ ଏଭଳି ଅନୁଭବ ହୁଏ । ମନରେ ପ୍ରଶ୍ନ ଆସେ ଯେ, ଏଭଳି କାହିଁକି ହୁଏ । କୌଣସି ଏକ ବଡ ରୋଗର ଏହା ସଙ୍କେତ ନୁହେଁ ତ.. ତେବେ ଆସନ୍ତୁ ଜାଣିବା କ’ଣ କହୁଛନ୍ତି ବିଶେଷଜ୍ଞ

ଆମ ଶରୀର ପାଇଁ କ୍ୟାଲସିୟମ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ଏହା ଆମର ହାଡ, ଦାନ୍ତ ଏବଂ ମାଂସପେଶୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ କ୍ୟାଲସିୟମ୍ ଆବଶ୍ୟକ କରନ୍ତି । ବାର୍ଦ୍ଧକ୍ୟ ସହିତ ମହିଳାମାନଙ୍କଠାରେ ଅଷ୍ଟିଓପୋରୋସିସ୍ ଏବଂ ହାଡର ଦୁର୍ବଳ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ ।

ଶରୀରରେ କ୍ୟାଲସିୟମର ମାତ୍ରା କମ୍ ଥିବାରୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଯେତେବେଳେ କ୍ୟାଲସିୟମର ଅଭାବ ଥାଏ, ଏହାର ଲକ୍ଷଣ ଆମ ଶରୀରରେ ଦେଖାଯଏ । ଆସନ୍ତୁ ଜାଣିବା କ୍ୟାଲସିୟମ ଅଭାବର ଲକ୍ଷଣ କ’ଣ?

ହାତ ଏବଂ ଗୋଡର ସାଂସପେଶୀ ଟାଣି ହେବା – କ୍ୟାଲସିୟମ୍ ଅଭାବ ହେତୁ ହାତ ଏବଂ ଗୋଡର ସାଂସପେଶୀ ଟାଣି ହେଲା ଭଳି ଅନୁଭବ ହୁଏ । ଯେତେବେଳେ ଆପଣଙ୍କ ଶରୀରରେ ଧୀରେ ଧୀରେ କ୍ୟାଲସିୟମର ଅଭାବ ହୁଏ , ସେତେବେଳେ ଏଭଳି ସମସ୍ୟା ଦେଖାଦିଏ ।

ଥକ୍କା ଏବଂ ଦୁର୍ବଳତା- ଯଦି କୌଣସି କାମ ନ କରି ବି ଦିନସାରା ଥକା ଏବଂ ଦୁର୍ବଳ ଲାଗୁଛି ଏବଂ ଉତ୍ତମ ନିଦ ହେଉ ନାହିଁ, ଏହା ଶରୀରରେ କ୍ୟାଲସିୟମ୍ ଅଭବର ସଙ୍କେତ ।

ଦାନ୍ତ ଖରାପ ହେବା – କ୍ୟାଲସିୟମ୍ ଦାନ୍ତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ । ଶରୀରରେ କ୍ୟାଲସିୟମ ଅଭାବ ହେତୁ ଦାନ୍ତ ଦୁର୍ବଳ ହେବାକୁ ଲାଗେ ଏବଂ ଦାନ୍ତ ଖରାପ ହେବାର ସମ୍ଭାବନା ବହୁତ ବଢିଯାଏ । କ୍ୟାଲସିୟମ ଅଭାବ ହେତୁ ଆପଣ ଦାନ୍ତରେ ସେନ୍ସିଟିଭିଟି କିମ୍ବା ଯନ୍ତ୍ରଣା ଅନୁଭବ କରିପାରନ୍ତି ।

ଅଷ୍ଟିଓପୋରୋସିସ୍ – ଅଷ୍ଟିଓପୋରୋସିସ୍ ହେଳେ ରେ ହାଡ ଦୁର୍ବଳ ହୋଇ ଭାଙ୍ଗିଯାଏ । ଶରୀରରେ କ୍ୟାଲସିୟମର ଘୋର ଅଭାବ ହେତୁ ଏପରି ହୁଏ । ଏହା ଦ୍ୱାରା ଫ୍ୟାକ୍‌ଚର ଏବଂ ହାଡ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନାକୁ ବହୁଗୁଣିତ କରିଥାଏ । ମହିଳାମାନେ ଠାରେ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ଅଧିକ ମାତ୍ରାରେ ଥାଏ ।

ନଖ ଏବଂ କେଶ – ମଜବୁତ କେଶ ଏବଂ ନଖ ପାଇଁ କ୍ୟାଲସିୟମ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରରେ କ୍ୟାଲସିୟମ ଅଭାବ ହେତୁ କେଶ ଏବଂ ନଖ ସହଜରେ ଭାଙ୍ଗିବା ଆରମ୍ଭ କରେ । ଏହା ବ୍ୟତୀତ ରୁକ୍ଷ୍ୟ କେଶ ମଧ୍ୟ କ୍ୟାଲସିୟମ ଅଭାବର ସଙ୍କେତ ।

ଏଥିପ୍ରତି ଧ୍ୟାନ ଦିଅନ୍ତୁ – ଭିଟାମିନ୍ ଡି ପ୍ରଚୁର ପରିମାଣରେ ନିଅନ୍ତୁ । ଯାହା ଦ୍ୱାରା ହାଡ ମଜବୁତ ରହିଥାଏ । କ୍ଷୀର, ସବୁଜ ପନିପରିବା, ମାଛ, ବିନ୍ସ, ବ୍ରୋକୋଲି ଇତ୍ୟାଦି କ୍ୟାଲସିୟମ ଯୁକ୍ତ ଖାଦ୍ୟୁ ଖାଆନ୍ତୁ । ମଦ୍ୟପାନ ଏବଂ ତମାଖୁ ସେବନରୁ ଦୂରରେ ରୁହ ।

Get real time updates directly on you device, subscribe now.