fbpx

ପ୍ରଥମଥର ବଟ ସାବିତ୍ରୀ ବ୍ରତ ରଖୁଥିଲେ ଏହିସବୁ ନିୟମ ମାନି କରନ୍ତୁ ପୂଜା, ମିଳିବ ମନଚାହିଁ ଫଳ

Advertisement

ଓଡ଼ିଶା ଭାସ୍କର: ଏଥର ଜୁନ୍ ୬ ତାରିଖ ଗୁରୁବାର ପଡୁଛି ବଟ ସାବିତ୍ରୀ ବ୍ରତ । ଏହି ବ୍ରତ ସମସ୍ତ ବିବାହିତ ମହିଳାଙ୍କ ଲାଗି ବେଶ୍ ଗୁରୁତ୍ୱ ରଖିଥାଏ । ସୁହାଗିନୀ ମହିଳା ଅଖଣ୍ଡ ସୌଭାଗ୍ୟ ଓ ସୁଖୀ ବୈବାହିକ ଜୀବନ ଲାଗି ଏହି ବ୍ରତ ରଖିଥାନ୍ତି । ଏହି ବ୍ରତରେ ବରଗଛକୁ ପୂଜା କରାଯିବାର ମାନ୍ୟତା ରହିଛି । ଏହି କ୍ରମରେ ଆସନ୍ତୁ ଜାଣିବା ଯେଉଁ ମହିଳା ବଟ ସାବିତ୍ରୀ ବ୍ରତ ପ୍ରଥମ ଥର ଲାଗି ରଖୁଛନ୍ତି ସେମାନଙ୍କୁ କେଉଁ କେଉଁ ନିୟମର ପାଳନ କରିବାକୁ ହେବ ।
୧-ଏହିଦିନ ମହିଳାମାନେ ଲାଲ୍ ରଙ୍ଗର ଶାଢୀ ପିନ୍ଧିବା ଉଚିତ । ଏହା ସହିତ ଶୃଙ୍ଗାର କରିବା ଉଚିତ ।
୨-ଏହିଦିନ ବରଗଛ କିମ୍ବା ବଟ ବୃକ୍ଷ ପୂଜା କରିବା ପୂର୍ବରୁ ବୃକ୍ଷ ପାଖ ସ୍ଥାନ ଭଲ ଭାବରେ ପରିଷ୍କାର କରନ୍ତୁ ।
୩-ଏକ ବାଉଁଶ ଟୋକେଇରେ ସପ୍ତଧାନ୍ୟ ଯେପରିକି ଧାନ, ବାଜରା, ଗହମ, ମୁଗ, ହରଡ, ଚଣା ପରି ୭ ପ୍ରକାରର ଶସ୍ୟ ଭରି ଦିଅନ୍ତୁ ଓ ସେଥିରେ ବ୍ରହ୍ମାଜୀଙ୍କ ମୂର୍ତ୍ତି ସ୍ଥାପନା କରନ୍ତୁ ।
୪-ଯେଉଁମାନେ ପ୍ରଥମ ଥର ଏହି ବ୍ରତ ରଖୁଛନ୍ତି ସେମାନେ ନିଜ ବାପାଙ୍କ ଘରେ ଏହି ବ୍ରତ ରଖିବା ଉଚିତ ।
୫-ଏହାସହିତ ସେମାନେ ବାପଘରୁ ଆସିଥିବା ସମସ୍ତ ଶୃଙ୍ଗାର ସାମଗ୍ରୀ ବ୍ୟବହାର କରିବା ଉଚିତ ।
୬-ପୂଜା ପରେ ସୁହାଗିନୀ ମହିଳା ଚଣା ଭୋଗକୁ ବାହାର କରି ନିଜ ନିଜ ଶାଶୂଙ୍କୁ ଅର୍ପଣ କରିବା ଉଚିତ ।

Get real time updates directly on you device, subscribe now.