fbpx

ଧାର୍ମିକ ଅନୁଷ୍ଠାନରୁ ହଟିଲା କଟକଣା: ସଂକ୍ରମଣ ହ୍ରାସ ହେବା ପରେ BMCର ନିଷ୍ପତ୍ତି

ଭୁବନେଶ୍ୱର: କରୋନାର କହର କମିବା ପରେ ଏବେ କଟକଣା ଧିରେ ଧିରେ କୋହଳ କରୁଛନ୍ତି ରାଜ୍ୟ ସରକାର । ଗତମାସ ଶିକ୍ଷାନୁଷ୍ଠାନକୁ ଅନୁମତି ଦେଇଥିବା ବେଳେ ଏବେ ଧାର୍ମିକ ଅନୁଷ୍ଠାନକୁ ନେଇ କୋହଳ ହୋଇଛି କଟକଣା । ରାଜଧାନୀର ଧାର୍ମିକ ଅନୁଷ୍ଠାନରେ ଏବେ ଟୀକାର କୌଣସି ପ୍ରମାଣପତ୍ର ଆବଶ୍ୟକ ପଡିବ ନାହିଁ ।

ବିନା ପ୍ରମାଣପତ୍ରରେ ଧାର୍ମିକ ଅନୁଷ୍ଠାନରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଟୀକା ପ୍ରମାଣପତ୍ର କିମ୍ବା ଆଇଡି ପ୍ରୁଫ ନ ଥିଲେ ମଧ୍ୟ ଧାର୍ମିକ ଅନୁଷ୍ଠାନକୁ ପ୍ରବେଶ କରି ପାରିବେ ଶ୍ରଦ୍ଧାଳୁ । କେବଳ ଭକ୍ତ ନୁହେଁ ପୂଜକ ଏବଂ ସେବାୟତ ମାନଙ୍କ ପାଇଁ ମଧ୍ୟ ଟିକା ପ୍ରମାଣପତ୍ରକୁ ଅଲୋଡା କରିଛି ପ୍ରଶାସନ । ତେବେ ମାସ୍କ ସହିତ ଅନ୍ୟାନ୍ୟ କରୋନା କଟକଣାକୁ ମାନି ଚଳିବା ପାଇଁ ଅନୁରୋଧ କରାଯାଇଛି । ଶ୍ରଦ୍ଧାଳୁମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା ଉପରେ ପରିଚାଳନା ସଂସ୍ଥା ଧ୍ୟାନ ଦେବାକୁ ପ୍ରଶାସନ ତରଫରୁ ସତର୍କ କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ହେବା ପରେ ଏଭଳି ଏକ ନିଷ୍ପତ୍ତି ନେଇଛି ବିଏମସି ।

Get real time updates directly on you device, subscribe now.