ବଢୁଛି ହୋମଗାର୍ଡ-IIC ବିବାଦ, ମହିଳା ହୋମଗାର୍ଡ଼ଙ୍କ ନାଁରେ ପାଲଟା ଅଭିଯୋଗ
କିଏ କହୁଛି ସତ। ମହିଳା ହୋମଗାର୍ଡଙ୍କ ଅଭିଯୋଗ ଆଧାରରେ IIC ଗିରଫ। ଆଉ ଏବେ ହୋମଗାର୍ଡଙ୍କ ବିରୋଧରେ IICଙ୍କ ସମ୍ପର୍କୀୟଙ୍କ ପାଲଟା ଅଭିଯୋଗ।
ଜଗତସିଂହପୁର: ନୂଆ ମୋଡ଼ ନେଉଛି ଜଗତସିଂହପୁର ହୋମଗାର୍ଡ-ଆଇଆଇସି ବିବାଦ ମାମଲା। ପ୍ରଥମେ ହୋମଗାର୍ଡଙ୍କ ଅଭିଯୋଗ ଆଧାରରେ IICଙ୍କୁ ନିଲମ୍ୱିତ କରାଯାଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।
ହେଲେ ରସିକିଆ IIC ବାବୁ ଗିରଫ ହେବାର ୨୪ ଘଣ୍ଟା ଭିତରେ ହୋମଗାର୍ଡଙ୍କ ବିରୋଧରେ ଆସିଛି ପାଲଟା ଅଭିଯୋଗ। ମହିଳା ହୋମଗାର୍ଡଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି IICଙ୍କ ସମ୍ପର୍କୀୟ। ଜଗତସିଂହପୁର ସଦର ଥାନାରେ ପାଲଟା ଅଭିଯୋଗ ହୋଇଛି ମହିଳା ହୋମଗାର୍ଡଙ୍କ ନାଁରେ।
IIC ଗିରଫ: ତେବେ ଗତକାଲି ରସିକିଆ IIC ଗିରଫ ହୋଇଥିଲେ। ଜଗତସିଂହପୁର କୁଜଙ୍ଗର ପୂର୍ବତନ IIC ତପନ ନାହାକଙ୍କୁ ଗିରଫ କରିଥିଲା ପୋଲିସ। ସରକାରୀ ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। କିଛି ସମୟ ପୂର୍ବରୁ ନିଲମ୍ୱନ କରିଥିଲେ ଡିଜି। ଆଉ ନିଲମ୍ୱନ ହେବାର କିଛି ସମୟ ପରେ ରୋମିଓ ବଏକୁ ଗିରଫ କରିଛି ପୋଲିସ।
ମହିଳା ହୋମଗାର୍ଡଙ୍କ ଅଭିଯୋଗ ଆଧାରରେ ତପନଙ୍କୁ ନିଲମ୍ୱିତ କରାଯାଇଥିଲା। ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ତପନ। ଏପରିକି ସେ ମଧ୍ୟ ପୂର୍ବରୁ ବିବାହିତ ଏବଂ ତାଙ୍କର ଛୁଆପିଲା ଅଛନ୍ତି। ନିଲମ୍ୱନ ପରେ ତାଙ୍କୁ ଗିରଫ କରାଯାଇଛି। ହେଲେ ପ୍ରକୃତରେ କିଏ ସତ କହୁଛି। ମହିଳା ହୋମଗାର୍ଡ ନା IICଙ୍କ ସମ୍ପର୍କୀୟ। ତାହା ଏବେ ସନ୍ଦେହ ଘେରରେ।
ନିଲମ୍ୱିତ କଲେ ଡିଜି: ଓଡ଼ିଶା ଡିଜି ୱାଇ ବି ଖୁରାନିଆ ବୁଧବାର ଦିନ କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ ନାହାକଙ୍କୁ ଦୁର୍ବ୍ୟବହାର ଏବଂ ତାଙ୍କ ପଦବୀର ଅପବ୍ୟବହାର ପାଇଁ ନିଲମ୍ବିତ କରିଛନ୍ତି।
ନାହାକଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯିବାର ଗୋଟିଏ ଦିନ ପରେ ତାଙ୍କୁ ନିଲମ୍ୱିତ କରାଯାଇଛି। ସୋମବାର ଜଣେ ମହିଳା ହୋମଗାର୍ଡଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ମିଥ୍ୟା ପ୍ରତିଶୃତି: ସେ ଜଗତସିଂହପୁର ପୋଲିସ ଷ୍ଟେସନରେ ଅତିରିକ୍ତ IIC ଭାବରେ କାର୍ଯ୍ୟ କରୁଥିବା ସମୟରେ ମହିଳା ହୋମଗାର୍ଡଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗ ହୋଇଛି। ଯେଉଁଠାରେ ସେ ମଧ୍ୟ ପୋଷ୍ଟିଂ ହୋଇଥିଲେ। କିନ୍ତୁ କୁଜଙ୍ଗ ପୋଲିସ ଷ୍ଟେସନକୁ IIC ଭାବରେ ବଦଳି ହେବା ପରେ ସେ ତାଙ୍କୁ ଏଡାଇ ଦେଇଥିଲେ।
ପୂର୍ବରୁ ବିବାହିତ: ସୂଚନାନୁସାରେ, ରସିକିଆ ପୂର୍ବତନ IIC ପୂର୍ବରୁ ବିବାହିତ। ତାଙ୍କର ଘରେ ସ୍ତ୍ରୀ ଓ ପିଲା ମଧ୍ୟ ଅଛନ୍ତି। ହେଲେ ତା ପରେ ବି ପୂର୍ବତନ IIC ଙ୍କର ରୋମିଓ ଗିରି ବାହରିଥିଲା। ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଭୁଲିଯାଇଥିଲେ।