fbpx

ପୋଷ୍ଟ ଅଫିସର ଏହି ସ୍କିମ୍ ରେ ୧୫୦୦ ଟଙ୍କା ଜମା କଲେ ମିଳିବ ୩୫ ଲକ୍ଷ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ବଜାରରେ ଅନେକ ନିବେଶ ବିକଳ୍ପ ରହିଛି । ଅନେକ ସ୍କିମରେ ଦିଆଯାଉଥିବା ରିଟର୍ଣ୍ଣ ଆକର୍ଷଣୀୟ ରହିଥାଏ । ଅବଶ୍ୟ କିଛି ନିବେଶରେ ରିସ୍କ ମଧ୍ୟ ରହିଥାଏ । ତେବେ ଯଦି ଆପଣ କମ ରିସ୍କ ଥିବା ରିଟର୍ଣ୍ଣ ବା ନିବେଶ ବିକଳ୍ପ ନେବାକୁ ଚାହୁଁଛନ୍ତି ତେବେ ଏହି ସ୍କିମ ଆପଣଙ୍କ କାମରେ ଆସିପାରେ । ଭାରତୀୟ ଡାକ ଦ୍ୱାରା ଦିଆଯାଉଥିବା ଏହି ସ୍କିମର ନାମ ହେଉଛି ଗ୍ରାମ ସୁରକ୍ଷା ଯୋଜନା । ଏହା ଏମିତି ଏକ ବିକଳ୍ପ ଯେଉଁଥିରେ ଆପଣ କମ୍ ରିସ୍କରେ ଭଲ ରିଟର୍ଣ୍ଣ ମଧ୍ୟ ପାଇପାରିବେ । ଗ୍ରାମ ସୁରକ୍ଷା ଯୋଜନା ଅନୁଯାୟୀ ୮୦ ବର୍ଷ ହେବା ପରେ ସୁନିଶ୍ଚିତ ରାଶି ମିଳିବ, କିମ୍ବା ମୃତ୍ୟୁ ସ୍ଥିତିରେ ଆଇନ ଅନୁଯାୟୀ ତାଙ୍କର ଉତ୍ତରାଧିକାରୀଙ୍କୁ ମିଳିବ ।

ଏମିତି ରହିଛି ଏହାର ସର୍ତ୍ତ:
୧୯ରୁ ୫୫ ବର୍ଷର କୌଣସି ଭାରତୀୟ ନାଗରିକ ଏହି ବୀମା ଯୋଜନାର ଲାଭ ଉଠାଇପାରିବେ । ଏହି ଯୋଜନାରେ ସର୍ବନିମ୍ନ ବୀମା ରାଶି ୧୦ ହଜାରରୁ ଆରମ୍ଭ କରି ୧୦ ଲକ୍ଷ ପର୍ଯ୍ୟନ୍ତ ରହିଛି । ଏହି ଯୋଜନାର ପ୍ରିମିୟମ ପେମେଣ୍ଟ ମାସିକ, ତ୍ରୈମାସିକ, ଅର୍ଦ୍ଧମାସିକ କିମ୍ବା ବାର୍ଷିକ ମଧ୍ୟ କରିପାରିବେ । ଗ୍ରାହକଙ୍କୁ ପ୍ରିମିୟମ ରାଶି ଦେବା ପାଇଁ ଏକ ମାସର ଛାଡ଼ ମଧ୍ୟ ଦିଆଯାଇଛି । ଯଦି ପଲିସି ଅବଧି ମଝିରେ ଛାଡ଼ୁଛନ୍ତି ତାହେଲେ ମଧ୍ୟ ଏହାକୁ ପୁଣିଥରେ ଆରମ୍ଭ କରିପାରିବେ । ଏହି ପଲିସିରେ ଏକ ଋଣ ସୁବିଧା ମଧ୍ୟ ରହିଛି । ଯାହାର ଲାଭ ପଲିସି କିଣିବାର ୪ ବର୍ଷ ପରେ ନେଇପାରିବେ । ଗ୍ରାହକ ୩ ବର୍ଷ ପରେ ଏହାକୁ ଚାହିଁଲେ ସରେଣ୍ଡର ମଧ୍ୟ କରିପାରିବେ । ଅବଶ୍ୟ ସେହି ପରିସ୍ଥିତିରେ ଆପଣଙ୍କୁ କୌଣସି ଲାଭ ପାଇପାରିବେ ନାହିଁ । ପଲିସିରା ସବୁଠୁ ବଡ଼ ଆକର୍ଷଣ ହେଉଛି ଇଣ୍ଡିଆ ପୋଷ୍ଟ ଦ୍ୱାରା ଦିଆଯାଉଥିବା ବୋନସ । ବୋନସ ଅନୁଯାୟୀ ପ୍ରତି ୧୦୦୦ ଟଙ୍କା ଉପରେ ୬୫ ଟଙ୍କାର ବୋନସ ଦିଆଯାଉଛି ।

ଯଦି କେହି ୧୯ ବର୍ଷ ବୟସରେ ୧୦ ଲକ୍ଷର ଗ୍ରାମ ସୁରକ୍ଷା ପଲିସି କିଣୁଛନ୍ତି ତେବେ ୫୫ ବର୍ଷ ପାଇଁ ତାଙ୍କୁ ମାସିକ ପ୍ରିମିୟମ ୧୫୧୫ ଟଙ୍କା ଏବଂ ୫୮ ବର୍ଷ ପାଇଁ ୧୪୬୩ ଟଙ୍କା ଏବଂ ୬୦ବର୍ଷ ପାଇଁ ୧୪୧୧ ଟଙ୍କା ଦେବାକୁ ହେବ । ପଲିସି କିଣିଥିବା ବ୍ୟକ୍ତିଙ୍କୁ ୫୫ ବର୍ଷ ପାଇଁ ୩୧.୬୦ ଲକ୍ଷ ଟଙ୍କା, ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ ଏବଂ ୬୦ ବର୍ଷ ପାଇଁ ୩୪.୬୦ ଟଙ୍କାର ମ୍ୟାଚୁରିଟି ବେନିଫିଟର ଲାଭ ହେବ ।

ନାମାଙ୍କିତ ବ୍ୟକ୍ତିଙ୍କ ନାମ ତଥା ଅନ୍ୟ ବିବରଣୀ ପାଇଁ ଗ୍ରାହକ ନିକଟସ୍ଥ ଡାକଘର ସହ ଯୋଗାଯୋଗ କରିପାରିବେ ।

Get real time updates directly on you device, subscribe now.