ପ୍ରାୟତଃ ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏବେ ଟଙ୍କା ନଥିଲେ ବି ଆପଣ ଟ୍ରେନ ଟିକେଟ ବୁକ କରିପାରିବେ ଏବଂ ଯାତ୍ରା କରିପାରିବେ । ତେବେ ଏହାର ପେମେଣ୍ଟ ଆପଣଙ୍କୁ ପରେ ଦେବାକୁ ପଡିବ । ଏଭଳି ସୁବିଧା ଉପଲବ୍ଧ କରାଇଛି ଲୋକପ୍ରିୟ ପେମେଣ୍ଟ ଆପ ପେଟିଏମ । ପ୍ଲାଟଫର୍ମରେ ଏବେ ପେଟିଏମ ପୋଷ୍ଟପେଡ ଲଞ୍ଚ କରିବା ସହ ଟିକେଟ ସର୍ଭିସ ଉପରେ “ବୁକ ନାଓ, ପେ ଲାଟର’ର ଲାଭ ଉଠାଇ ପାରିବେ ପେଟିଏମ ଗେଟୱେ ୟୁଜର୍ସ । ଏହି ସୁବିଧା ଅନେକ ଲୋକଙ୍କ ପାଇଁ ଏକ ବରଦାନ ସଦୃଶ ହେବ ।
ଏହି ସୁବିଧାକୁ ୟୁଜର୍ସମାନେ ଖୁବ ଶୀଘ୍ର ଗ୍ରହଣ କରିଥିବା କମ୍ପାନୀ ତରଫରୁ ଜାଣିବାକୁ ମିଳିଛି । ଗ୍ରୟାହକମାନଙ୍କର ବିଭିନ୍ନ ବିଭିନ୍ନ ଆବଶ୍ୟକ ଯେପରିକି ଟିକେଟ ବୁକ କରିବା, ବିଲ ପୈଠ କରିବା କିମ୍ବା ସପିଙ୍ଗ କରିବା ଇତ୍ୟାଦିକୁ ପୂରଣ କରିବାରେ ଏହି ସୁବିଧା ଖୁବ ସହାୟକ ହେବ । ୩୦ ଦିନର ଅବଧି ପାଇଁ ପେଟିଏମ ପୋଷ୍ଟପେଡ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ କେଡିଟ ପ୍ରଦାନ କରିଥାଏ ।
ଗ୍ରାହକମାନଙ୍କୁ ବୈଷୟିକ ସମାଧାନ ପ୍ରଦାନ କରିବାକୁ ଚେଷ୍ଟା ଜାରି ରଖିଛି କମ୍ପାନୀ । ଏହା ଦ୍ୱାରା ଡିଜିଟାଲ ପେମେଣ୍ଟ ଏବଂ ଆର୍ଥିକ ସେବାକୁ ସକ୍ଷମ କରାଯାଇ ପାରିବ ବୋଲି କହିଛନ୍ତି ପେଟିଏମ ପେମେଣ୍ଟସ ସର୍ଭିସେସ ଲିମିଟେଡର ସିଇଓ ପ୍ରବୀଣ ଶର୍ମା । ଆଇଆରସିଟିସି ଦ୍ୱାରା ଟିକେଟ ବୁକ କରୁଥିବା ଯାତ୍ରୀମାନଙ୍କ ପାଇଁ ଏବେ ପେଟଇଏମ ପେମେଣ୍ଟସ ସୁବିଧା ଉପଲବ୍ଧ ରହିବ ।
କେମିତି ଉଠାଇ ପାରିବେ ସୁବିଧା:
୧. ରେ ଯାତ୍ରାର ତଥ୍ୟ ଶେଷ କରନ୍ତୁ ଏବଂ ପେମେଣ୍ଟ ସେକ୍ସନରେ ପେ ଲାଟର କ୍ଲିକ କରନ୍ତୁ
୨. ଏହାପରେ ପେଟିଏମ ପୋଷ୍ଟପେଡ ବିକଳ୍ପକୁ ବାଛନ୍ତୁ ।
୩. ପେଟିଏମ କ୍ରେଡେନ୍ସିଆଲ୍ସର ଉପଯୋଗ କରି ଲଗ ଇନ କରନ୍ତୁ । ଏହାପରେ ଓଟିପି ଦେଇ ଏହି ସୁବିଧାର ଲାଭ ଉଠାନ୍ତୁ ।