ପ୍ରଥମେ ଲିଙ୍ଗ ପରିବର୍ତ୍ତନ, ତା’ପରେ ତନ୍ତ୍ର ମନ୍ତ୍ର କରି ବଳାତ୍କାର

ପ୍ରଥମେ ଲିଙ୍ଗ ପରିବର୍ତ୍ତନ କଲେ, ତା' ପରେ ଗୁଣି ଗାରେଡି କରି ବଳାତ୍କାର କଲେ

ମଧ୍ୟପ୍ରଦେଶ: ପ୍ରଥମେ ଲିଙ୍ଗ ପରିବର୍ତ୍ତନ କଲେ, ତା’ ପରେ ଗୁଣି ଗାରେଡି କରି ବଳାତ୍କାର କଲେ। ଏଭଳି ଏକ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ନର୍ମଦାପୁରମରେ। ଏଠାରେ ଜଣେ ଯୁବକ ଆଉ ଜଣେ ଯୁବକଙ୍କୁ ପ୍ରେମ କରିଥିଲେ, କିନ୍ତୁ ଯେଉଁ ଯୁବକଙ୍କୁ ସେ ପ୍ରେମ କରିଥିଲେ ସେ ହିଁ ତାଙ୍କର ଅବସ୍ଥା ଶୋଚନୀୟ କରିଦେଲେ।

ଓବେଦୁଲ୍ଲାଗଞ୍ଜର ଜଣେ ୨୭ ବର୍ଷୀୟ ଯୁବକ ତାଙ୍କ ଭଉଣୀର ଶ୍ୱଶୁର ଘର ନର୍ମଦାପୁରମକୁ ଯିବା ସମୟରେ ଶୁଭମ ଯାଦବ ନାମକ ଆଉ ଜଣେ ଯୁବକଙ୍କ ସହ ଭେଟ ହୋଇଥିଲେ। ଉଭୟଙ୍କ ପରିଚୟ ଧୀରେ ଧୀରେ ବନ୍ଧୁତାରେ ପରିଣତ ହୋଇଥିଲା। ୨୦୨୧-୨୨ ମସିହାରେ ଏହି ବନ୍ଧୁତା ଏତେ ଗଭୀର ହୋଇଗଲା ଯେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା।

ହୋଟେଲ ଯାଇ ଉଭୟ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲେ। ଶୁଭମ ତାଙ୍କ ବିଶ୍ୱାସ ଜିତିବା ପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୬ ଲକ୍ଷ ଟଙ୍କା ମଧ୍ୟ ପଠାଇଥିଲେ। ତା’ପରେ ସେ ତାଙ୍କ ସହିତ ଏପରି କିଛି କଲେ ଯାହା ମୃତ୍ୟୁଠାରୁ ମଧ୍ୟ ଭୟଙ୍କର।

ଯୁବକ ଜଣକ ପୋଲିସ ଆଗରେ ଅଭିଯୋଗ କରି କହିଛନ୍ତି ଯେ, ଶୁଭମ ତାଙ୍କୁ ଇନ୍ଦୋରର ଖଜରାନା ଅଞ୍ଚଳର ଏକ ହସ୍ପିଟାଲକୁ ନେଇ ଲିଙ୍ଗ ପରିବର୍ତ୍ତନ କରାଇଥିଲେ। କେବଳ ଏତିକି ନୁହେଁ, ଲିଙ୍ଗ ପରିବର୍ତ୍ତନ କରିବା ପରେ ତାଙ୍କୁ ନର୍ମଦାପୁରମକୁ ଡାକି ସେଠାରେ ବଳାତ୍କାର କରିଥିଲେ।

ନିଶା ଔଷଧ ଦେଇ ତନ୍ତ୍ର-ମନ୍ତ୍ର: ଶୁଭମ ତାଙ୍କୁ ନିଶାଯୁକ୍ତ ଔଷଧ ଦେଇ ୧୮ ଦିନ ପର୍ଯ୍ୟନ୍ତ ଘରେ ବନ୍ଦୀ କରି ରଖିଥିଲା। ଏହି ସମୟ ମଧ୍ୟରେ ସେ ରାତିରେ ତନ୍ତ୍ର-ମନ୍ତ୍ର କରୁଥିଲା ଏବଂ ତା ପରେ ସେ ବଳାତ୍କାର କରୁଥିଲା।

ଧମକ ଦେବା ଆରମ୍ଭ: ଯେତେବେଳେ ସେ ଶୁଭମର କଥା ମାନିବାକୁ ମନା କଲେ, ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଶେଷରେ ଭୟରେ ଯୁବକ ଜଣଙ୍କ ଭୋପାଳର ଗାନ୍ଧୀ ନଗର ଥାନାରେ ଅଭିଯୋଗ କରିଥିଲେ।

ଶୁଭମ ଫେରାର୍: ଯେହେତୁ ମାମଲାଟି ନର୍ମଦାପୁରମ ସହିତ ଜଡିତ ଥିଲା, ଅଭିଯୋଗକୁ ନର୍ମଦାପୁରମ କୋତୱାଲି ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଥିଲା।

ଏସଡିଓପି ପରାଗ ସାଇନି ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିଲେ ଏବଂ ଶୁଭମଙ୍କୁ ଗିରଫ କରିବା ପାଇଁ ଦୁଇଟି ପୋଲିସ ଦଳ ଗଠନ କରିଥିଲେ। ପୋଲିସ ଶୁଭମଙ୍କୁ ନିରନ୍ତର ଖୋଜୁଛି, କିନ୍ତୁ ସେ ଏପର୍ଯ୍ୟନ୍ତ ଫେରାର ଅଛି।