fbpx

୧୩୯ ଦିନ ପର୍ଯ୍ୟନ୍ତ ଶନିଙ୍କ ବକ୍ର ଚଳଣ, ଏହି ରାଶିଙ୍କ ଉପରେ ରହିବ ଆଶୀର୍ବାଦ

ଓଡ଼ିଶା ଭାସ୍କର:ବୈଦିକ ଜ୍ୟୋତିଷରେ ଶନି ଗ୍ରହ ବହୁତ ଖାସ୍ ହୋଇଥାନ୍ତି । ଏହା ସହିତ ଶନିଙ୍କ ଗୋଚର ବି ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ।
ଶନିଦେବଙ୍କୁ କର୍ମଫଳଦାତା କୁହାଯାଏ । ଶନି ଜାତକଙ୍କୁ ସେମାନଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି ।

୨୯ ଜୁନ୍‌ରୁ ଶନି କୁମ୍ଭ ରାଶିରେ ବକ୍ର ଚଳଣ କରିବେ । ରାତି ୧୧ଟା ୪୦ ମି.ରୁ ଶନି ବକ୍ରୀ ହେବେ । ଶନିଙ୍କ ବକ୍ରୀ ହେବା ଦ୍ୱାରା କିଛି ରାଶିଙ୍କୁ ଭଲ ପରିଣାମ ମିଳିବ ଓ ମାନ ସମ୍ମାନ ମିଳିବ ।
ମେଷ:ଏହି ରାଶିର ଲୋକଙ୍କ କ୍ୟାରିୟରରେ ଉନ୍ନତି ଘଟିବ । ଚାକିରୀ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ । ପରିଶ୍ରମର ଫଳ ମିଳିବ । ବ୍ୟବସାୟରେ ଭଲ ଲାଭ ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ ।
ମିଥୁନ: ଆୟ ବୃଦ୍ଧି ହେବ । ଭଲ ପଇସା ରୋଜଗାର କରିବେ । ପଦୋନ୍ନତି ହେବ । ଚାକିରୀରେ ନୂଆ ଅବସର ସୃଷ୍ଟି ହେବ । ଧନ ଲାଭ ହେବା ସହ ସଞ୍ଚୟ ବି ବଢିବ ।
ତୁଳା: ଦାମ୍ପତ୍ୟ ଜୀବନ ଅଧିକ ସୁଖମୟ ହେବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ବି ଏହି ସମୟ ଭଲ ରହିବ । ଚାକିରୀରେ ପଦୋନ୍ନତି ହେବ । ଦରମା ବୃଦ୍ଧି ଘଟିବ ।
କୁମ୍ଭ:ଭାଗ୍ୟ ପୁରା ଆପଣଙ୍କ ସହାୟକ ହେବ । ସବୁ କାମରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ନିଜର ବ୍ୟବସାୟ ବି ଆରମ୍ଭ କରିପାରିବେ ।

Get real time updates directly on you device, subscribe now.