(video)ପୁଣି ବଡ଼ ଅଘଟଣ, ୨୫୦ ଜଣ ହଜ୍ ଯାତ୍ରୀଙ୍କୁ ନେଇ ଅବତରଣ କରିବା ବେଳେ ବିମାନରୁ ବାହାରିଲା ଧୂଆଁ

ସାଉଦି ଏୟାରଲାଇନ୍ସ ବିମାନ SV-୩୧୧୨ ଧୂଆଁ।

ଲକ୍ଷ୍ନୌ: ପୁଣି ଘଟିଥାନ୍ତା ବଡ଼ ଦୁର୍ଘଟଣା। ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରି ପୁଣି  ହୋଇଥାନ୍ତା ଏକ ବଡ଼ ଅଘଟଣ। କାରଣ ୨୫୦ ଜଣ ହଜ୍ ଯାତ୍ରୀଙ୍କୁ ନେଇ ଯିବା ସମୟରେ ବିମାନରୁ ଧୂଆଁ ବାହାରିଥିଲା।

ହଠାତ୍ ଅବତରଣ ବେଳେ ବିମାନରୁ ଧୂଆଁ ବାହାରିବାକୁ ଲାଗିଲା। ଲକ୍ଷ୍ନୌ ବିମାନ ବନ୍ଦରରେ ଏପରି ଘଟଣା ଦେଖିବାକୁ ମିଳିଛି। ଅବତରଣ ବେଳେ ବିମାନରୁ ଧୂଆଁ ବାହାରିଲା।

ଏହା ଦେଖି ପ୍ରଥମେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଭୟଭୀତ ହେବାବି ସ୍ୱଭାବିକ। କାରଣ ନିକଟରେ ଅହମ୍ମଦାବାଦରେ ଯେଉଁଭଳି ଭୟଙ୍କର ଦୁର୍ଘଟଣା ହୋଇଛି ବିମାନ ନାଁ ଶୁଣିଲେ ଛାନିଆ ପଶିଯାଉଛି।

ହେଲେ ସୌଭାଗ୍ୟ ବଶତଃ କାହାର କିଛି କ୍ଷତି ହୋଇନାହିଁ।  ସାଉଦି ଏୟାରଲାଇନ୍ସ ବିମାନ SV-୩୧୧୨ ଧୂଆଁ ବାହାରିଥିଲା। ଯେଉଁ ବିମାନରେ ଥିଲେ ୨୫୦ ଜଣ ହଜ୍ ଯାତ୍ରୀ। ଧୂଆଁ ବାହାରିବା ଦେଖି ଯାତ୍ରୀମାନଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଥିଲା। ପରେ ଧୂଆଁକୁ ଆୟତ୍ତ କରାଯାଇଥିଲା।