fbpx

ଘୃଣ୍ୟ ଭାଷଣକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ, କହିଲେ ତୁରନ୍ତ ନିଅ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଦେଶରେ ବଢିଚାଲିଥିବା ଘୃଣ୍ୟ ଭାଷଣକୁ ନେଇ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ସୁପ୍ରିମକୋର୍ଟ। ଏଭଳି ମନ୍ତବ୍ୟ ଦେଉଥିବା ଲୋକମାନଙ୍କ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ କହିଛନ୍ତି। ଏହିଭଳି ଘଟଣାରେ କୌଣସି ଧର୍ମକୁ ଗୁରୁତ୍ୱ ଦେବା ଛାଡ଼ି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ବର୍ତ୍ତମାନ ଘୃଣା ମାହୋଲ ଦେଶ ଉପରେ ଭାରି ହେଉଥିବା ଦେଖିବାକୁ ମିଳୁଛି। ଏହି ମନ୍ତବ୍ୟ ଗୁଡ଼ିକ ବିଚଳିତ କରିଦେବା ଭଳି ଅଟେ। ଏଭଳି ମନ୍ତବ୍ୟକୁ ବରଦାସ୍ତ କରାଯିବନି ବୋଲି ଶୁଣାଣି କରୁଥିବା ଖଣ୍ଡପୀଠ କହିଛନ୍ତି।

ଜଷ୍ଟିସ୍ କେଏମ୍ ଜୋସେଫ୍ ଏବଂ ତାଙ୍କ ଖଣ୍ଡପୀଠ ଏକାଦଶ ଶତାଦ୍ଧିରେ ଏହା କ’ଣ? ଧର୍ମ ନାମରେ ପଣିଷ ଆଜି କେଉଁଠି ପହଞ୍ଚିଗଲାଣି? ମଣିଷ ଆଜିର ଦିନରେ ଭଗବାନଙ୍କୁ ବହୁତ୍ ଛୋଟ କରିଦେଲାଣି। ତେବେ ଭାରତର ସମ୍ବିଧାନ ବୈଜ୍ଞାନିକ ମାନସିକତା ବୃଦ୍ଧି କରିବାକୁ କହିଥାଏ ବୋଲି ମଧ୍ୟ କୋର୍ଟ କହିଛନ୍ତି। ବାସ୍ତବରେ, ‘ଭାରତରେ ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟ କରିବା ଏବଂ ଆତଙ୍କବାଦୀଙ୍କ ବଢୁଥିବା ବିପଦ’ ରୋକିବା ପାଇଁ ତୁରନ୍ତ ହସ୍ତକ୍ଷେପ ଲୋଡି ସୁପ୍ରିମକୋର୍ଟ ଏକ ଆବେଦନ ଶୁଣାଣି କରୁଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ସାରା ଦେଶରେ ଘୃଣ୍ୟ ଭାଷଣ ଘଟଣାର ନିରପେକ୍ଷ, ବିଶ୍ୱସନୀୟ ତଥା ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପିଟିସନର କୋର୍ଟଙ୍କ ନିକଟରେ ଦାବି କରିଥିଲେ।

ବରିଷ୍ଠ ଓକିଲ କପିଲ ସିବଲ ପିଟିସନରଙ୍କ ପାଇଁ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। ଏହି ସମସ୍ୟାର ମୁକାବିଲା ପାଇଁ କିଛି କରାଯିବା ଉଚିତ ବୋଲି ସେ କହିଛନ୍ତି। ସେହିଭଳି, ଘୃଣା ଭାଷଣରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ପିଟିସନର ତାଙ୍କ ଆବେଦନରେ କହିଛନ୍ତି ଯେ ଘୃଣ୍ୟ ଭାଷଣ ଏବଂ ଘୃଣା ଅପରାଧର ଅପରାଧୀଙ୍କ ଉପରେ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (UAPA) କରାଯିବା ଉଚିତ, ଯାହା ଦ୍ୱାରା ଘୃଣା ଭରା ମନ୍ତବ୍ୟ ଏବଂ ଘୃଣା ଅପରାଧକୁ ରୋକାଯାଇପାରିବ। ଏହା ସହିତ ଶାସକ ଦଳର ସଦସ୍ୟମାନେ ସେମାନଙ୍କ ଘୃଣା ଭାଷଣରେ ମୁସଲିମ ସମାଜକୁ ଟାର୍ଗେଟ କରୁଛନ୍ତି ଏବଂ ଆତଙ୍କିତ କରୁଛନ୍ତି ମଧ୍ୟ ପିଟିସନର କହିଛନ୍ତି।

Get real time updates directly on you device, subscribe now.