ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ଟ୍ରମ୍ପଙ୍କ ବଡ଼ ବୟାନ, ଯୁଦ୍ଧ ବିନାଶର କାରଣ ହୋଇଥାନ୍ତା

ଭାରତ-ପାକିସ୍ତାନ ବୁନ୍ଧିମତା ଦେଖାଇଛନ୍ତି। ଏଥିପାଇଁ ମୁଁ ଗର୍ବିତ: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅସ୍ତ୍ରବିରତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ। ସୋସିଆଲ ମିଡିଆ ଏକ୍ସରେ ରଖିଲେ ନିଜ ମତ। ଭାରତ-ପାକିସ୍ତାନ ଯୁଦ୍ଧବିରାମକୁ ନେଇ ଟ୍ରମ୍ପଙ୍କ ବୟାନ। ଏହି ଯୁଦ୍ଧ ବିନାଶର କାରଣ ହୋଇଥାନ୍ତା।

ଏହି ଯୁଦ୍ଧ ଆଗକୁ ବଢ଼ିଥିଲେ ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥାନ୍ତା। ହେଲେ ଭାରତ-ପାକିସ୍ତାନ ବୁନ୍ଧିମତା ଦେଖାଇଛନ୍ତି ଏହି ଅସ୍ତ୍ରବିରତି କରି। ଆଉ ଏଥିପାଇଁ ମୁଁ ଗର୍ବିତ। କାରଣ ଭାରତ-ପାକିସ୍ତାନର ନେତୃତ୍ୱ ମୁଁ ନେଇଥିଲି।

ଯାହା ହେଉ ଅସ୍ତ୍ରବିରତି ହେଲା। ଆଶା କରୁଛି କାଶ୍ମୀର ପ୍ରସଙ୍ଗରେ ସମାଧାନର ବାଟ ବାହାରିବ। ଯାହାକି ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଏହି ସ୍ଥିତି ଉପୁଜିଥିଲା। କାଶ୍ମୀରକୁ ନେଇ ଦୁଇ ଦେଶ ସହ କଥା ହେବି। ଉଭୟ ଦେଶ ସହ ବ୍ୟବସାୟ କାରବାର ବଢ଼ାଇବୁ ବୋଲି କହିଛନ୍ତି ଟ୍ରମ୍ପ।