CHARIDHAM

୨୬ରୁ ବଦଳିବ ପାଗ, ପୁଣି ଅଶାନ୍ତ ହେବ ବଙ୍ଗୋପସାଗର, ପଛକୁ ପଛ ସୁ ସୁ ଗର୍ଜନ କରି ମାଡ଼ି ଆସୁଛି ୨ଟି ଲଘୁଚାପ!

ବର୍ଷାରେ ଭିଜିବ ଦଶହରା।

ଭୁବନେଶ୍ୱର: ସତର୍କ କଲା ପାଣିପାଗ କେନ୍ଦ୍ର। ପଛକୁ ପଛ ମାଡ଼ି ଆସୁଛି ଦୁଇଟି ଲଘୁଚାପ। ସେପ୍ଟେମ୍ୱର ୨୩ରେ ବଙ୍ଗୋପସାଗରରେ ପ୍ରଥମ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ମିଆଁମାର-ବାଂଲାଦେଶ ଉପକୂଳ ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଅନୁମାନ କରାଯାଉଛି।  ପୂର୍ବକେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ମଧ୍ୟ ସମୁଦ୍ରରେ ସୃଷ୍ଟି ହେବାର ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏହାପରେ ୨୬ ତାରିଖରେ ଦ୍ୱିତୀୟ ଲଘୁଚାପ ସୃଷ୍ଟି ହୋଇପାରେ। ପ୍ରଭାବରେ ୨୬ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ। ୨୯ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ।

୨୭ ଓ ୨୮ ତାରିଖରେ ସବୁଠୁ ଅଧିକ ବର୍ଷା ହେବାର ଆଶଙ୍କା କରାଯାଉଛି। ମହାନଦୀ ଅବବାହିକାରେ ବି ଅଧିକ ବର୍ଷା ହୋଇପାରେ। ଲଘୁଚାପ ନେଇ ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ।