fbpx

ଡେବିଟ କାର୍ଡ ବିନା କରନ୍ତୁ UPI ପିନ ସେଟିଙ୍ଗ : ୨ ମିନିଟରେ ହୋଇଯିବ ଅନଲାଇନ ପେମେଣ୍ଟ

ବର୍ତ୍ତମାନ ଆପଣ ଡେବିଟ୍ କାର୍ଡ ବିନା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ସେବାର ଲାଭ ଉଠାଇ ପାରିବେ । ଏବେ ୟୁପିଆଇ ପିନ ସୃଷ୍ଟି କରିବାକୁ ଡେବିଟ୍ କାର୍ଡର ଆବଶ୍ୟକ ହେବ ନାହିଁ, କେବଳ ଆଧାର କାର୍ଡରୁ ପିନ ସୃଷ୍ଟି ହେବ । ବର୍ତମାନ ଆଧାର କାର୍ଡ ଆପଣଙ୍କୁ ୟୁପିଆଇ ପିନ ତିଆରି ପାଇଁ ସାହାଯ୍ୟ କରିବ । ପୂର୍ବରୁ ୟୁପିଆଇ ଆରମ୍ଭ କରିବା ପାଇଁ ଏକ ଡେବିଟ୍ କାର୍ଡ ରହିବା ଆବଶ୍ୟକ ଥିଲା, କିନ୍ତୁ ବର୍ତ୍ତମାନ ଆପଣ ଆଧାର କାର୍ଡ ମାଧ୍ୟମରେ ଫୋନରେ ୟୁପିଆଇ ସେବା ଆରମ୍ଭ କରିପାରିବେ ।

ଦେଶରେ ଅନେକ ଲୋକ ଅଛନ୍ତି ଯାହାର ବ୍ୟାଙ୍କ ଆକାଉଣ୍ଟ ଅଛି କିନ୍ତୁ ଡେବିଟ୍ କାର୍ଡ ନାହିଁ । ଏହି ଲୋକମାନେ ୟୁପିଆଇ ସେବା ବ୍ୟବହାର କରିବାରେ ସକ୍ଷମ ହେଉନଥିଲେ । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ର ୱେବସାଇଟ୍ ଅନୁଯାୟୀ, ଆଧାରରେ OTP ପ୍ରବେଶ କରି UPI PIN ସହଜରେ ସେଟ୍ କରା ଯାଇପାରିବ । ଏହା ସହିତ, ଯେଉଁମାନଙ୍କର ଡେବିଟ୍ କାର୍ଡ ନାହିଁ, ସେମାନେ ମଧ୍ୟ UPI ବ୍ୟବହାର କରିପାରିବେ ।

ଡେବିଟ୍ କାର୍ଡ ବିନା କିପରି ସୃଷ୍ଟି କରିବେ UPI PIN :
ଯଦି ଆପଣଙ୍କର ଡେବିଟ୍ କାର୍ଡ ନାହିଁ, ତେବେ ଟେନସନ ନିଅନ୍ତୁ ନାହିଁ । ଡେବିଟ୍ କାର୍ଡ ବିନା କିପରି ପିନ୍ ସେଟ୍ ଅପ୍ କରିବାକୁ ହେବ ଆମେ ଏଠାରେ କହିବୁ । ଏହା ଆପଣଙ୍କ ପାଇଁ ଅତି ସହଜ ହୋଇଯିବ ଏବଂ ଆପଣ କିଛି କ୍ଷଣରେ ପେମେଣ୍ଟ୍ କରି ପାରିବେ । UPI PIN ସୃଷ୍ଟି କରିବାକୁ ଏହି ପ୍ରକ୍ରିୟାକୁ ଅନୁସରଣ କରନ୍ତୁ ।

ଆଧାର ସାହାଯ୍ୟରେ କିପରି ଆରମ୍ଭ କରିବେ UPI ସେବା :
UPI ଆପକୁ ଯାଆନ୍ତୁ ଏବଂ ଏକ ନୂତନ UPI PIN ସେଟ୍ କରିବାର ବିକଳ୍ପକୁ ବାଛନ୍ତୁ ।
ଆଧାର କାର୍ଡ ଆଧାରିତ ଯାଞ୍ଚର ବିକଳ୍ପକୁ ଚୟନ କରନ୍ତୁ ।
ସହମତି ଦେଇ ଅଗ୍ରଗତି କରନ୍ତୁ ।
ଆପଣଙ୍କର ଆଧାରର ଶେଷ 6 ଅଙ୍କକୁ ବୈଧ କରନ୍ତୁ ।
ପଞ୍ଜୀକୃତ ହୋଇଥିବା ମୋବାଇଲ୍ ନମ୍ବରରେ ପ୍ରାପ୍ତ ହୋଇଥିବା OTPକୁ ଏହା ପରେ ପ୍ରବେଶ କରାନ୍ତୁ ।
ପୁନର୍ବାର ସହମତି ଦେଇ ଆଗକୁ ଅଗ୍ରଗତି କରନ୍ତୁ ।
ବ୍ୟାଙ୍କରୁ ନିଶ୍ଚିତ କରଣ ପରେ, ଆପଣ ଏକ ନୂତନ UPI PIN ସେଟ୍ କରିପାରିବେ ।

ସହମତି ଜରୁରୀ :
NPCI ୱେବସାଇଟ୍ ଅନୁଯାୟୀ, ଆଧାର ସୂଚନା ବାହାର କରିବା ଏବଂ ବୈଧ କରିବା ପାଇଁ ଗ୍ରାହକଙ୍କ ସହମତି ଆବଶ୍ୟକ । ପ୍ରତ୍ୟେକ ଥର ଆପଣ ଏକ UPI PIN ସୃଷ୍ଟି କରିବାବେଳେ ଆପଣଙ୍କୁ ସହମତି ଦେବାକୁ ପଡିବ । ଗ୍ରାହକଙ୍କ ସେତେବେଳେ ଆଧାର କାର୍ଡ ସାହାଯ୍ୟରେ ୟୁପିଆଇ ପିନ ସେଟ କରି ପାରିବେ, ଯେତେବେଳେ ଗ୍ରାହକଙ୍କ ଆଧାର କାର୍ଡ ଏବଂ ବ୍ୟାଙ୍କରେ ସମାନ ମୋବାଇଲ୍ ନମ୍ବର ପଞ୍ଜୀକୃତ ହୋଇଥିବ ।

ଆପଣଙ୍କର ବ୍ୟାଙ୍କ ଆଧାର UPI କୁ ସମର୍ଥନ କରୁଛି କି ନାହିଁ, ତାହାର ଯାଞ୍ଚ ଆପଣଙ୍କ ବ୍ୟାଙ୍କକୁ ଯାଇ କିମ୍ବା ତାହାର ୱେବସାଇଟରୁ ଜାଣି ପାରିବେ ।

Get real time updates directly on you device, subscribe now.