INTERNATIONAL NEWSNEWSTOP STORIES

ତେଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ: ୫୦ ଜୀବନ୍ତଦଗ୍ଧ, ୧୦୦ ଆହତ

କିନ୍ଶାସା / ମାଟାଡି, ୬ା୧୦ : କଙ୍ଗୋ ରାଜଧାନୀଠାରୁ ୧୩୦ କି.ମି. ଦୂର ମବୁଟାଠାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏକ ତୈଳ ଟ୍ୟାଙ୍କର ଅନ୍ୟ ଏକ ଗାଡିକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୫୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦ଜଣ ଜଳି ଆହତ ହୋଇଛନ୍ତି । କଙ୍ଗୋ ଡେପୁଟି ଗଭର୍ଣ୍ଣର ଅତୋଉ ମାଟୁବୁଆନା ନକୁଲୁକି କହିଛନ୍ତି ଯେ, ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି । ଅଧିକାରୀମାନେ ଉଦ୍ଧାରକାର୍ଯ୍ୟ ପାଇଁ ଯଥାସମ୍ଭବ ପ୍ରୟାସ ଚଳାଇଛନ୍ତି । ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଅଗ୍ନିକାଣ୍ଡ ଘଟିଥିଲା । ଏପରିକି ନିକଟରେ ଥିବା ଘରଗୁଡିକୁ ତୈଳ ପଶିଯିବାରୁ ସେହି ଘରଗୁଡିକ ଜଳି ଯିବା ସହ ଏହା ମଧ୍ୟରେ ଥିବା ଲୋକମାନେ ମୃତାହତ ହୋଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close