fbpx

କଂଗ୍ରେସ ଅଫରକୁ ନା କହିଲେ ପ୍ରାଶାନ୍ତ କିଶୋର, ଟ୍ୱିଟ୍ କରି ସୂଚନା ଦେଲେ ସୁରଜେବାଲା

Advertisement

ନୂଆଦିଲ୍ଲୀ: ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସ ପାର୍ଟିରେ ସାମିଲ ହେବାକୁ ମନା କରି ଦେଇଛନ୍ତି । କଂଗ୍ରେଶ ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେବାଲା ଏନେଇ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପ୍ରଶାନ୍ତଙ୍କ ତରଫରୁ ମିଳିଥିବା ଉପଦେଶ ଏବଂ ତାଙ୍କ ସହିତ ବିଚାର ବିମର୍ଷ କରିବା ପରେ ପାର୍ଟି ଅଧ୍ୟକ୍ଷ ଏକ ଏକ୍ସପର୍ଟ ଆକ୍ସନ କମିଟି ୨୦୨୪ ଗଠନ କରିଥିଲେ ।

ସୁରଜେବାଲା କହିଛନ୍ତି ଯେ ଏହି କମିଟିରେ ସ୍ୱତନ୍ତ ଦାୟୀତ୍ୱ ସହିତ ସାମିଲ ହେବାକୁ ପ୍ରଶାନ୍ତଙ୍କୁ ପାର୍ଟି ଅଧ୍ୟକ୍ଷ ନିମନ୍ତ୍ରଣ ଦେଇଥିଲେ । ଯାହାକୁ ସେ ଅସ୍ୱୀକାର କରିଥିଲେ । ଆମେ ପାର୍ଟି ପାଇଁ ତାଙ୍କର ପ୍ରୟାସ ଏବଂ ପରାମର୍ଷ ପାଇଁ ସାଧୁବାଦ ଜଣାଉଛୁ ।

ଏହା ପରେ ପ୍ରଶାନ୍ତ ମଧ୍ୟ ଏକ ଟ୍ୱିଟ୍ କରି କଂଗ୍ରେସ ପକ୍ଷରୁ ମିଳିଥିବା ପ୍ରସ୍ତାବ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପାର୍ଟିରେ ଏକ ସ୍ୱତନ୍ତ୍ର ପଦବୀ ସହିତ ଯୋଗ ଦେବାକୁ ମିଳିଥିବା ଅଫରକୁ ଅସ୍ୱିକାର କରିଛନ୍ତି । ଏବଂ ତାଙ୍କ ବିଚାରରେ ସାଂଗଠନିକ ସମସ୍ୟା ଗୁଡ଼ିକୁ ସୁଧାର ଜରିଆରେ ଠିକ୍ କରିବାକୁ ପାର୍ଟି ମୋଠୁ ଅଧିକ ନେତୃତ୍ୱ ଏବଂ ସାମୁହିକ ଇଚ୍ଛାଶକ୍ତି ଆବଶ୍ୟକ ରହିଛି ।

ସୂଚନା ମୁତାବକ କଂଗ୍ରେସ ଅଧ୍ୟକ୍ଷ ସୋନିଆ ପୁର୍ବରୁ ପ୍ରଶାନ୍ତଙ୍କୁ ନେଇ ବଡ଼ ସୂଚନା ଦେଇ ସାରିଥିଲେ । ସେ କହିଥିଲେ ଯେ ଯଦି ପ୍ରଶାନ୍ତ ପାର୍ଟିରେ ଯୋଗ ଦିଅନ୍ତି ତେବେ ତାଙ୍କୁ କୌଣସି ବିଶେଷ ପଦବୀ ମିଳିବ ନାହିଁ । ଏହା ଛଡ଼ା ତାଙ୍କ ସର୍ତ୍ତ ଅନୁସାରେ ପାର୍ଟିରେ କୌଣସି ପରିବର୍ତ୍ତ ହେବ ନାହିଁ ।

Get real time updates directly on you device, subscribe now.