fbpx

ଜୁନ୍ ମାସରୁ ବଦଳିବାକୁ ଯାଉଛି ଏହି ୫ଟି ନିୟମ, ସିଧାସଳଖ ଆପଣଙ୍କ ପକେଟକୁ କରିପାରେ ପ୍ରଭାବିତ

Advertisement

ନୁଆଦିଲ୍ଲୀ: ଶେଷ ହେବାକୁ ଯାଉଛି ମେ ମାସ। ଜୁନ୍ ମାସ ଆରମ୍ଭରୁ କିଛି ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟରେ ପଡ଼ିବ। ଆସନ୍ତୁ ଜାଣିବା ଆସନ୍ତା ମାସରୁ ବଦଳିବାକୁ ଯାଉଥିବା କିଛି ନିୟମ ବାବଦରେ, ଯାହାର ପ୍ରଭାବ ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ପଡ଼ିବ।

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ ହୋମ୍ ଲୋନ ପାଇଁ ସୁଧ ବଢିଯିବ। କାରଣ ଏସବିଆଇ ହୋମ ଲୋନ ପାଇଁ ଏକ୍ସଟର୍ଣ୍ଣାଲ ବେଞ୍ଚମାର୍କ ଲିଡିଙ୍ଗ୍ ରେଟକୁ ବୃଦ୍ଧି କରିଛି। ଏନେଇ ଏସବିଆଇ ସୂଚନା ଦେଇଛି। ଏହି ବର୍ଦ୍ଧିତ ସୁଧ ଜୁନ୍ ମାସ ଆରମ୍ଭରୁ ଲାଗୁ ହେବ।

ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଳାୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ମୋଟର ଇନସୁରାନ୍ସ ପ୍ରିମିୟମ ମହଙ୍ଗା ହେବ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୧୦୦୦ସିସି ପର୍ଯ୍ୟନ୍ତ ଇଞ୍ଜିନ କ୍ଷମତା ବିଶିଷ୍ଟ କାରଗୁଡିକର ବୀମା ପ୍ରିମିୟମ ୨,୦୯୪ ଟଙ୍କା ହେବ, କୋଭିଡ ପୂର୍ବରୁ ଏହା ୨୦୧୯-୨୦ ରେ ୨,୦୭୨ ଟଙ୍କା ଥିଲା। ଏଥି ସହିତ, ୧୦୦୦ସିସି ରୁ ୧୫୦୦ସିସି ପର୍ଯ୍ୟନ୍ତ କାରଗୁଡିକ ପାଇଁ ବୀମା ପ୍ରିମିୟମ ୩,୪୧୬ ଟଙ୍କା ହେବ ଯାହା ପୂର୍ବରୁ ୩,୨୨୧ ଟଙ୍କା ଥିଲା। ଏହା ବ୍ୟତୀତ ଯଦି ଆପଣଙ୍କ କାରର ଇଞ୍ଜିନ ୧୫୦୦ସିସି ରୁ ଅଧିକ, ତେବେ ବର୍ତ୍ତମାନ ବୀମା ପ୍ରିମିୟମ ୭.୮୯୦ ଟଙ୍କାକୁ ହ୍ରାସ ପାଇବ। ଏହାପୂର୍ବରୁ ଏହା ୭,୮୯୭ ଟଙ୍କା ଥିଲା।

ସୁନା ବିକ୍ରି କରିବା ପାଇଁ ଅଲଙ୍କାରରେ ହଲମାର୍କ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର। ଏବେ ୨୫୬ ଜିଲ୍ଲା ସହିତ ୩୨ ନୂଆ ଜିଲ୍ଲାରେ ମଧ୍ୟ ହଲମାର୍କ ସୂନା ବିକ୍ରି କରିବା ବାଧ୍ୟତାମୂଳକ ହେବ। ଏହାପରେ ମଧ୍ୟ ୨୮୮ ଜିଲ୍ଲାରେ ହଲମାର୍କ ବାଧ୍ୟତାମୂଳକ କରାଯିବ। ଏହି ନିୟମ ୧ଜୁନ୍ ରୁ ଲାଗୁ ହେବ।

ଏବେ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ କହିଛି ଯେ, ଆଧାର ସାହାଯ୍ୟରେ ପେମେଣ୍ଟ କରିବାଲାଗି ଏବେ ଚାର୍ଜ ଲାଗିବ। ଏହି ନିୟମ ୧୫ ଜୁନ୍ ରୁ ଲାଗୁ ହେବ। ନୂଆ ନିୟମ ଅନୁଯାୟୀ ମାସର ପ୍ରଥମ ତିନି ପେମେଣ୍ଟ ମାଗଣା ହେବ। ଚତୁର୍ଥ କାରବାରରେ ୨୦ ଟଙ୍କା ଚାର୍ଜ ଏବଂ ଜିଏସଟି ମଧ୍ୟ ଲାଗିବ । ନଗଦ କାରବାର ଲାଗି ମଧ୍ୟ ଏହାରି ପରିସରରେ ଆସିବ, ତେବେ ମିନି ଟ୍ରାନଜାକସନ୍ ପାଇଁ ୫ଟଙ୍କା ଜିଏସଟି ଲାଗୁ ହେବ ।

ତେବେ ଆକ୍ସିସ୍ ବ୍ୟାଙ୍କ ଏହାର ଗ୍ରାହକଙ୍କ ଲାଗି ଟିକିଏ କଠୋର ହୋଇଛି । ଏଣିକି ସହରୀ ଏବଂ ଗ୍ରାମାଞ୍ଚଳରେ ସମସ୍ତ ସେଭିଙ୍ଗ ଖାତାରେ ସର୍ବନିମ୍ନ ଜମା ୧୫ ହଜାରୁ ବୃଦ୍ଧି କରି ୨୫ ହଜାର କରିଛି । ତେବେ ଯଦି ଗ୍ରାହକ ୧ ଲକ୍ଷ ଟଙ୍କା ଟର୍ମ ଡିପୋଜିଟ୍ ରଖନ୍ତି ତେବେ ଏହି ନିୟମରୁ କୋହଳ ମିଳିବ । ଏହି ନିୟମ ଜୁନ୍ ମାସ ୧ ତାରିଖରୁ ଲାଗୁ ହେବ ।

 

 

 

 

 

 

 

 

 

Get real time updates directly on you device, subscribe now.