fbpx

ଆଶ୍ଚର୍ଯ୍ୟ ! ଫ୍ରିଜରୁ ଗନ୍ଧ ବାହାରିବାରୁ ଖୋଲିଲା ପୋଲିସ, ବାହାରିଲା 30 ଖଣ୍ଡ ମଣିଷ ମାଂସ

ନୂଆଦିଲ୍ଲୀ: କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଜଣେ 26 ବର୍ଷୀୟା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟିଦେଲା ରାକ୍ଷାସ  । ଲୋକଙ୍କୁ ଯେଭଳି ଜଣା ନପଡିବ ସେଥିପାଇଁ ଫ୍ରିଜରେ ରଖିଦେଲା । ତେବେ ଦୁର୍ଗନ୍ଧ ହେବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା । ପୋଲିସ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଏନେଇ ସ୍ଥାନୀୟ ପୋଲିସର କହିବା ଅନୁସାରେ, 26 ବର୍ଷୀୟା ମହିଳାଙ୍କ ମୃତଦେହକୁ 30 ଖଣ୍ଡ କରି ଭୟାଲିକାଭାଲ ପୋଲିସ ଷ୍ଟେସନ ସୀମା ମଧ୍ୟରେ ଥିବା ଏକ ଘରର ଫ୍ରିଜରେ ରଖାଯାଇଥିଲା । ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରହିଛି । ସନ୍ଧାନୀ କୁକୁର ସହିତ ପୋଲିସ ଟିମ ତଦନ୍ତ କରୁଛି । ଫରେନସିକ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ପୋଲିସର କହିବା ଅନୁସାରେ, ମୃତଦେହର ପରିଚୟ ମିଳିପାରିଥିବା ବେଳେ ସେ କର୍ଣ୍ଣାଟକର ହିଁ ବାସିନ୍ଦା ବୋଲି ଜଣାପଡିଛି ।

ତେବେ 26 ବର୍ଷିୟା ମହିଳାଙ୍କୁ 2-3 ଦିନ ପୂର୍ବରୁ ହତ୍ୟା କରାଯାଇଥିଲା । କିନ୍ତୁ ଫ୍ରିଜରୁ ଦୁର୍ଗନ୍ଧ ବାହାରିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇଥିଲା । ତେବେ ଗନ୍ଧ ହେବା କଥା ପ୍ରଚାର ହେବା ପରେ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ଫ୍ରିଜ ଖୋଲିଥିଲା । ତେବେ ମୃତଦେହ ପଚିସଢି ଯାଇଥିବା ବେଳେ ସ୍ଥାନୀୟ ଲୋକେ ଗନ୍ଧରେ ଆଉଟୁ ପାଉଟୁ ହେଇଥିଲେ । କିଏ ଏବଂ କେଉଁ ପରିସ୍ଥିତିରେ ଏଭଳି ହତ୍ୟା କରିଥିଲା ସେ ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Get real time updates directly on you device, subscribe now.