ଇଲେକ୍ଟ୍ରିସିଆନକୁ ମାରି ମାଟି ତଳେ ପୋତିଦେଲେ

ବରଗଡ଼: ମଣିଷ ଭୁଲିଲା ମଣିଷ ପଣିଆ। ଜଣେ ଲୋକକୁ ମାରି ମାଟିରେ ପୋତିଦେଲା ଆଉ ଜଣେ ମଣିଷ। କିଏ କଲା କାହିଁକି କଲା ତାହା ଏପର୍ଯ୍ୟନ୍ତ କିଛି ବି ଜଣାପଡିଲା ନାହିଁ। ଏଭଳି ଏକ ମର୍ମନ୍ତୁଦ ଘଟଣା ଦେଖିବାକୁ ମିଳିଛି ବରଗଡର ପଞ୍ଚାୟତ କଲେଜ ନିକଟ ପଣ୍ଡରିପଥର ପାଖରେ।

ଯେଉଁଠି ଜଣେ ଇଲେକ୍ଟ୍ରିସିଆନକୁ ମାରି ମାଟି ତଳେ ପୋତି ଦିଆଯାଇଛି। ଏହି ଘଟଣା କାଲି ବିଳମ୍ବିତ ରାତିରେ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଭାଇକୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ଭଉଣୀ।

ଏହି ଘଟଣା କିଏ କରିଛି କାହିଁକି କରିଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଏହାର ତଦନ୍ତ କରୁଛି।