ଭୁବନେଶ୍ବର: କନିଷ୍ଠ ମେଧାବୃତ୍ତିକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଆବେଦନର ସମୟସୀମା ଘୋଷଣା କରାଯାଇଛି । ରାଜ୍ୟରେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କନିଷ୍ଠ ମେଧାବୃତ୍ତି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ନଭେମ୍ବର 30 ଶେଷ ତାରିଖ ରହିଛି । ଏନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ସିବିଏସଇ ଏବଂ ଆଇସିଏସଇ ଅନବନ୍ଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଚିଠି ଲେଖାଯାଇଛି । ଏହି ମେଧାବୃତ୍ତି ଜରିଆରେ ରାଜ୍ୟର ମୋଟ 10 ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ଏଥିପାଇଁ 30 ତାରିଖ ଯାଏଁ ଆବେଦନ ଗ୍ରହଣ କରାଯିବ । ତେବେ ମେଧାବୃତ୍ତି ପାଇଁ ଯୋଗ୍ୟତା ମଧ୍ୟ ଘୋଷଣା କରାଯାଇଛି । ଯଦି ଜଣେ ଛାତ୍ର କିମ୍ବା ଛାତ୍ରୀ ଦଶମରେ 60 ପ୍ରତିଶତରୁ ଅଧିକ ରଖିଥିବ ଏବଂ ପରିବାରରେ ବାର୍ଷିକ ଆୟ 6 ଲକ୍ଷରୁ କମ୍ ଥିବ ସେମାନେ ହିଁ ଏହି ମେଧାବୃତ୍ତି ପାଇଁ ଯୋଗ୍ୟ ହୋଇପାରିବେ । ବାର୍ଷିକ 3 ହଜାର ଟଙ୍କା ବୃତ୍ତି ପାଇବେ ।