fbpx

କିଏ ହେବ ଅଭିଷେକଙ୍କ Partner? ଓପନରଙ୍କ ବିନା ଖେଳିବ Team India! ଚୟନ ପ୍ରକିୟାକୁ ନେଇ ପ୍ରଶ୍ନ

ଓଡ଼ିଶା ଭାସ୍କର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ-ବାଂଲାଦେଶ ଟି-୨୦ ସିରିଜ । ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆର ଚୟନ ପ୍ରକିୟାକୁ ନେଇ ଉଠିଛି ପ୍ରଶ୍ନ । ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ତେବେ ଦଳରେ ଓପନର ଭୂମିକା ତୁଲାଇବା ପାଇଁ କୌଣସି ଖେଳାଳିଙ୍କୁ ଚୟନ କରାଯାଇ ନାହିଁ । କେବଳ ଅଭିଷେକ ଶର୍ମା ଓପନର ଭାବରେ ଦଳରେ ସାମିଲ ରହିଛନ୍ତି । ତେଣୁ ଏହି ସିରିଜରେ ତାଙ୍କ ସହ କିଏ ଓପନିଙ୍ଗ କରିବେ? ସେ ନେଇ ବର୍ତ୍ତମାନ ଆଲୋଚନା-ପର୍ଯ୍ୟାଲୋଚନା ଜାରି ରହିଛି । ଏହାସହିତ ବିସିସିଆଇର ଚୟନ ସମିତି ଏବଂ କୋଚ୍ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ବାଂଲାଦେଶ ବିପକ୍ଷ ସିରିଜରେ ଶୁଭମନ ଗିଲ୍ ଏବଂ ଯଶସ୍ୱୀ ଜଏସ୍ୱାଲଙ୍କୁ ବିଶ୍ରମ ଦିଆ ଯାଇଥିବା ବେଳେ ଓପନର ଭାବରେ କେବଳ ଅଭିଷେକ ଶର୍ମାଙ୍କୁ ଚୟନ କରାଯାଇଛି । ସେପଟେ ଋତୁରାଜ ଗାଏକ୍ୱାଡ ଏବଂ ଇଶାନ୍ କିଶାନ୍ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କୁ ଦଳରେ ସାମିଲ କରାଯାଇ ନାହିଁ । ତେଣୁ ବାଂଲାଦେଶ ବିପକ୍ଷରେ ଅଭିଷେକଙ୍କ ସହ କିଏ ଓପନିଙ୍ଗ କରିବେ, ସେ ନେଇ ଏକ ବଡ଼ ପ୍ରଶ୍ନ ଉଠିଛି । ଆଗକୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପକୁ ନଜରରେ ରଖି ଗିଲ୍ ଏବଂ ଯଶସ୍ୱୀଙ୍କୁ ବିଶ୍ରାମ ଦିଆଯାଇଛି ।

ତେବେ ଏ ଦୁହିଁଙ୍କ ବ୍ୟତୀତ ଓପନର ଭାବରେ ଅନ୍ୟ ବିକଳ୍ପ ତାଲିକାରେ ଖୁବ ଆଗରେ ରହିଛନ୍ତି ଋତୁରାଜ ଗାଏକ୍ୱାଡ । ଟି-୨୦ କ୍ରିକେଟରେ ବିସ୍ଫୋରକ ବ୍ୟାଟିଂ କରି ସେ ଦଳରେ ସ୍ଥାନ ପାଇବା ପାଇଁ ବେଶ୍ ଦାବିଦାର ରହିଛନ୍ତି । କିନ୍ତୁ ଏହାପରେ ମଧ୍ୟ ତାଙ୍କୁ ଦଳରେ ସୁଯୋଗ ଦେଉନାହିଁ ବୋର୍ଡ ଚୟନ କମିଟି । ସେହିପରି ଘରୋଇ କ୍ରିକେଟ ଖେଳିବାକୁ ଆଦେଶ ପାଇଥିବା ଇଶାନ୍ କିଶାନ୍ ମଧ୍ୟ ନିଜ ସ୍ଥାନ ପେରି ପାଇବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ଘରୋଇ କ୍ରିକେଟ ଏବଂ ଇରାନୀ କପ୍ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ଭାରତୀୟ ଦଳକୁ ଫେରିବାକୁ ପ୍ରସ୍ତୁତ ହୋଇ ସାରିଛନ୍ତି । ଚୟନ କମିଟି ତାଙ୍କୁ ମଧ୍ୟ ଦଳରେ ସାମିଲ କରିନାହିଁ । ତେଣୁ କିଏ କରିବ ଓପନିଙ୍ଗ?

ଏହି ସିରିଜରେ ଅଭିଷେକଙ୍କ ସହ ଓପନର ଭାବରେ ୱିକେଟ କିପର ସଞ୍ଜୁ ସାମସନଙ୍କୁ ଦାୟିତ୍ୱ ଦିଆଯାଇପାରେ । ସଞ୍ଜୁ ଟି-୨୦ କ୍ରିକେଟରେ ମାତ୍ର ୫ ଟି ମ୍ୟାଚରେ ଓପନିଙ୍ଗ କରିଥିବା ବେଳେ ସେଥିରୁ ୭୭ ରନ୍ ସଂଗ୍ରହ କରିଛନ୍ତି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସେ ୩/୪ ନମ୍ବରରେ ନିଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିବେ । ତେବେ ବିସିସିଆଇ ଚୟନ କରିଥିବା ଟିମକୁ ନଜର ପକାଇଲେ ସଞ୍ଜୁ ହିଁ ଏକମାତ୍ର ବିକଳ୍ପ ଭାବରେ ଦଳରେ ସାମିଲ ରହିଛନ୍ତି ।

Get real time updates directly on you device, subscribe now.