ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଗିରଫ

ଭୁବନେଶ୍ୱର: ଗିରଫ ହେଲେ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ। ଗତ କାଲି ଭିଜିଲାନ୍ସର ଚଢ଼ାଉ ବେଳେ ମିଳିଥିଲା ବିପୁଳ ପରିମାଣର ଟଙ୍କା। ଦୁଇଦିନ ପରେ ସେ ତାଙ୍କ ଚାକିରୀରୁ ବିଦାୟ ନେଇଥାନ୍ତେ କିନ୍ତୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଗତ କାଲି ଚଢ଼ାଉ କରିଥିଲା ଭିଜିଲାନ୍ସ।

ଅନୁଗୁଳରେ ଥିବା ବାସଭବନ ସହିତ 4ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଯେଉଁଠାରୁ ମିଳିଥିଲା କୋଟି କୋଟି ଟଙ୍କା ଏବଂ ଅନେକ ଗୁଡିଏ ପ୍ଲଟ ଆଉ ଫ୍ଲାଟ। ଆଜି ତାଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଗିରଫ କରାଯାଇଛି।