ଚମତ୍କାର କଲେ ମହିଳା, ନିଜେ ଭ୍ୟାକ୍ସିନ ତିଆରି କରି କ୍ୟାନ୍ସରକୁ ଦେଲେ ମାତ୍! ଡାକ୍ତର ବି ଛାନିଆ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ବରେ ମହାମାରୀ ସାଜିଛି କ୍ୟାନ୍ସର । ବୈଜ୍ଞାନିକମାନେ ଏହାର ଚିକିତ୍ସା ପ୍ରଣାଳୀ ଖୋଜୁଛନ୍ତି । ତେବେ କେତେକ କ୍ୟାନ୍ସରକୁ ରୋକିବା ସମ୍ଭବ ହେଉଥିଲେ ହେଁ ସମ୍ପୁର୍ଣ୍ଣ ସୁସ୍ଥ କରାଯାଇ ପାରୁ ନାହିଁ । ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏକ ମହିଳା ନିଜେ ଏକ ଭ୍ୟାକ୍ସିନ ତିଆରି କରି ଷ୍ଟେଜ-3 କ୍ୟାନ୍ସରକୁ ମାତ ଦେଇଛନ୍ତି । ତେବେ ଉକ୍ତ ମହିଳାଙ୍କର ନାମ ବିଟା ହଲାସୀ ବୋଲି ଜଣାପଡିଛି ।

49ବର୍ଷୀୟ ମହିଳାଙ୍କ କହିବା ଅନୁସାରେ, ସେ ପ୍ରଥମେ ମାଷ୍ଟେକ୍ଟୋମିରେ ପୀଡିତ ଥିଲେ । ଏହାର କିଛିଦିନ ପରେ ତାଙ୍କୁ ସ୍ତନ କର୍କଟ ହୋଇଥିବା ଜଣାପଡିଥିଲା । ସେତିବେଳକୁ ଥାର୍ଡ ଷ୍ଟେଜ ହୋଇଯାଇଥିଲା । ତେବେ ସେ କେମୋଥେରାପି ପାଇଁ ପ୍ରସ୍ତୁତ ହୋଇପାରୁନଥିଲେ । ଏହାପରେ ସେ ସଂକ୍ରାମକ ରୋଗ ଅନୁସନ୍ଧାନର ଏକ ବିଶେଷଜ୍ଞଙ୍କ ସହିତ ମିଶି ବଡ ନିଷ୍ପତ୍ତି ନେଇଥିଲେ । ସିଧା ଟ୍ୟୁମରରେ ଇଞ୍ଜେକ୍ସନ ଦେଇଦେଇଥିଲେ । ଏହାପରେ ଔଷଧ ମଧ୍ୟ କାମ ଦେଇଥିଲା । ମିଳିମିଳା ଜୀବାଣୁକୁ ଫ୍ଲୁ ପରି ପାଥୋଜେନ ସହିତ ମିଶ୍ରଣ କରି ଏହି ଟିକା ତିଆରି କରାଯାଇଥିଲା। ଯାହା ଟ୍ୟୁମରକୁ ଟାର୍ଗେଟ କରି କର୍କଟ କୋଷ ସହିତ ଲଢିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ବଢାଇ ଦେଇଥିଲା । ହାଲାସୀ ତାଙ୍କ ପରୀକ୍ଷଣରେ ସଫଳ ହୋଇଥିଲେ । ବର୍ତ୍ତମାନ ସେ କ୍ୟାନ୍ସରରୁ ମୁକ୍ତି ପାଇଛନ୍ତି ବୋଲି ଦାବି କରାଯାଉଛି ।