ଜଣେ ପ୍ରେମିକାଙ୍କୁ ଦୁଇ ପ୍ରେମିକ, ପ୍ରେମିକାକୁ ପାଇବା ପାଇଁ ଦୁଇ ରୋମିଓ ହାତାହାତି
ଜଣେ ପ୍ରେମିକାକୁ ପାଇବା ପାଇଁ ଦୁଇ ରୋମିଓ ହାତାହାତି
ଭୁବନେଶ୍ୱର: ଜଣେ ପ୍ରେମିକାକୁ ଦୁଇ ପ୍ରେମିକ। ହଠାତ ଭୁବନେଶ୍ୱରସ୍ଥିତ ଫରେଷ୍ଟ ପାର୍କରେ ହୋଇଗଲେ ସମ୍ନାସାମ୍ନି। ତା ପରେ ଯାହା ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।
ଆଜ୍ଞା ହଁ, ଭୁବନେଶ୍ୱରରେ ଥିବା ଫରେଷ୍ଟ ପାର୍କରେ ଏଭଳି ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ଯେଉଁଠି ଗୋଟିଏ ଝିଅ 2ଟି ପୁଅକୁ ଭଲ ପାଇଥିଲେ। ହଠାତ ପ୍ରଥମ ପ୍ରେମିକ ତାଙ୍କୁ ପାର୍କରେ ଦ୍ୱିତୀୟ ପ୍ରେମିକ ସହ ଦେଖିଦେଲେ। ତା ପରେ ଆରମ୍ଭ ହୋଇଗଲା ନାଟକ।
ଯୁବତୀ ଜଣଙ୍କ କହିବା ମୁତାବକ ତାଙ୍କ ପ୍ରଥମ ପ୍ରେମିକ ଏବଂ ତାଙ୍କ ସାଙ୍ଗ ତାଙ୍କ ଦ୍ୱିତୀୟ ପ୍ରେମିକଙ୍କୁ ବାଡେଇଥିଲେ। ତା ପରେ ପ୍ରଥମ ପ୍ରେମିକ ତାଙ୍କ ପିଛାରେ ଯେତେ ସବୁ ଟଙ୍କା ଖର୍ଚ୍ଚ କରିଛନ୍ତି ସେସବୁ ମାଗିବାର ଦେଖିବାକୁ ମିଳିଥିଲା।