fbpx

ତିରୁପତି ଲଡୁ ବିବାଦ; ଆସିଲା ସାଂଘାତିକ ତଥ୍ୟ, ରାମ ମନ୍ଦିର ପ୍ରତିଷ୍ଠାରେ ଯାଇଥିଲା ଲକ୍ଷାଧିକ ଲଡୁ, ବାଦ୍ ପଡି ନାହାନ୍ତି ମୋଦୀ

ନୂଆଦିଲ୍ଲୀ:  ତିରୁପତି ଲଡୁ ବିବାଦ ଥମିବାର ନାଁ ନେଉନାହିଁ । ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ଦେବାସ୍ଥାନମ(TTD)କୁ ନେଇ ବିବାଦ ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଯେଉଁ ଲଡୁ ପ୍ରତିମାସରେ ଏକ କୋଟି ଟଙ୍କାର ବିକ୍ରି ହୋଇଥାଏ ଏବଂ ଯାହା ରାଜନେତା, ଭକ୍ତମାନଙ୍କୁ ପ୍ରସାଦ ହିସାବରେ ଦିଆଯାଏ, ସେହି ପବିତ୍ରତାକୁ ନେଇ ବର୍ତ୍ତମାନ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଆଶ୍ଚର୍ଯ୍ୟଜନକ ଦାବି ପରେ ବିବାଦ ଦେଖାଯାଇଛି । ସେ ବୁଧବାର ଦିନ ପୂର୍ବତନ କଂଗ୍ରେସ ସରକାରଙ୍କ କାର୍ଯ୍ୟକାଳ ସମୟରେ ପ୍ରସିଦ୍ଧ ତିରୁପତି ମନ୍ଦିରରେ ଲଡୁ ତିଆରିରେ ଖରାପ ଜିନିଷ ଏବଂ ପଶୁମାନଙ୍କ ଚର୍ବି ବ୍ୟବହାର ହେବାର ଅଭିଯୋଗ ଆଣିଥିଲେ। ଓ୍ବାଇ ଏସ ଜଗନମୋହନ ପ୍ରଶାସନ ଉପରକୁ ସେ ଆଙ୍ଗୁଳି ଉଠାଇଥିଲେ । ପରେ ଲ୍ୟାବ ରିପୋର୍ଟ ମଧ୍ୟ ମନ୍ଦିରର ପ୍ରସାଦ ପ୍ରସ୍ତୁତିରେ ପଶୁ ଚର୍ବି ବ୍ୟବହାର କରୁଥିବା ଅଭିଯୋଗକୁ ଏକ ଲ୍ୟାବ ରିପୋର୍ଟ ବଳବତ୍ତର କରିଛି । ତେବେ ଏନେଇ ଟିଟିଡିର କାର୍ଯ୍ୟନିର୍ବାହୀ ଅଧିକାରୀ ଜେ ଶ୍ୟାମଲା ରାଓ କହିଛନ୍ତି, ଏହି ଘଟଣାରେ ଯୋଗାଣକାରୀଙ୍କ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ବିବାଦକୁ ନେଇ କେନ୍ଦ୍ର ସରକାର ମଧ୍ୟ ଧ୍ୟାନ ଆକର୍ଷଣ କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆନ୍ଧ୍ରପ୍ରଦେଶ ସରକାରଙ୍କରୁ ବ୍ୟାପକ ରିପୋର୍ଟ ମାଗିଛନ୍ତି । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ଏକ ରିପୋର୍ଟ ଅନୁସାରେ, ତିରୁପତି ଲଡୁ ଖାଇବାରୁ ମୋଦୀ ମଧ୍ୟ ବଞ୍ଚିତ ହୋଇ ନାହାନ୍ତି ।  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାମ ମନ୍ଦିରକୁ ଏହି ଲଡୁକୁ ଉପହାର ରୂପେ ପଠାଇଥିଲେ । 2019ରୁ 2024 ମସିହାରେ ଜଗମୋହନ ରେଡି ଯେତେଥର ମଧ୍ୟ ଦିଲ୍ଲୀ ଯାଇଛନ୍ତି ସେ ମୋଦୀଙ୍କୁ ପ୍ରସାଦ ଭାବେ ଲଡୁ ଦେଇଛନ୍ତି । ଏହାସହ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ମଧ୍ୟ ଲକ୍ଷାଧିକ ଲଡୁ ଅଯୋଧ୍ୟାକୁ ପଠାଯାଇଥିଲା । ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତୈନ୍ଦ୍ର ଦାସଙ୍କ ଲଡୁ ବିବାଦକୁ ନେଇ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି । ସୋ କହିଛନ୍ତି, ଯଦି ପ୍ରସାଦରେ ପଶୁ ଚର୍ବି ମିଶ୍ରିତ ହୁଏ, ତେବେ ଏହା କ୍ଷମା ଯୋଗ୍ୟ ନୁହେଁ । ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଏହିପରି ଉପାଦାନଗୁଡିକ ଅନ୍ତର୍ଭୁକ୍ତ ହେବା ହିନ୍ଦୁ ବିଶ୍ବାସର ପରିହାସ ଅଟେ ଏବଂ ଏକ ପ୍ରମୁଖ ଏଜେନ୍ସି ଦ୍ୱାରା ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଆହ୍ବାନ ଦେଇଛନ୍ତି ମନ୍ଦିର ମୁଖ୍ୟ ପୂଜକ ।

Get real time updates directly on you device, subscribe now.