fbpx
BSKY
BJD MC SKY
BJD YOUTH SKY

ଦମଦାର ପ୍ରଦର୍ଶନରୁ ଦଳରେ ମିଳିଲା ଅଚାନକ ଏଣ୍ଟ୍ରି: ରଣଜୀ ମ୍ୟାଚରେ ଅମ୍ପାୟାରଙ୍କୁ କରିଥିଲେ ଆହତ

ନୂଆଦିଲ୍ଲୀ: ରଣଜୀ ମ୍ୟାଚରେ ଧୂୃାଁଧାର ପ୍ରଦର୍ଶନ ଯୋଗୁଁ ଖେଳାଳିଙ୍କୁ ମିଳିଛି ଏହାର ଉପହାର । ଏକ ବଡ କପ ହାତେଇବା ଲକ୍ଷ୍ୟରେ ଏବେ ଦଳରେ ହୋଇଛି ଏକ ବଡ ପରିପର୍ତ୍ତନ । ଆହତ ଖେଳାଳିଙ୍କ ସ୍ଥାନରେ ରଣଜୀ ମ୍ୟାଚର ସୁପରଷ୍ଟାର ଦଳରେ ଅଚାନକ ଏଣ୍ଟ୍ରି ମାରିଛନ୍ତି । ଆସନ୍ତା ଇରାନୀ କପରୁ ବାଦ ପଡିଛନ୍ତି ଷ୍ଟାର ଖେଳାଳି ମୟଙ୍କ ମାର୍କଣ୍ଡେୟ । ତେଣୁ ତାଙ୍କ ସ୍ଥାନରେ ରେଷ୍ଟ ଅଫ ଇଲେଭେନ ସୁଯୋଗ ପାଇଛନ୍ତି ଯୁବ ଶାମ୍ସ ମୁଲାନୀ ।

ମାର୍ଚ୍ଚ ୧ ତାରିଖରୁ ରେଷ୍ଟ ଅଫ ଇଲେଭେନ ଏବଂ ଗତବର୍ଷର ଚମ୍ପିଆନ ମଧ୍ୟପ୍ରଦେଶ ଆରମ୍ଭ ହେଉଛି ଇରାନୀ କପ । ତେବେ ଏହା ପୂର୍ବରୁ ଦଳ ଚୟନରେ ଏକ ପରିବର୍ତ୍ତନ କରିଛି ବିସିସିଆଇ । ଆହତ ହୋଇ ଏହି ଦଳରୁ ବାଦ ପଡିଛନ୍ତି ଷ୍ଟାର ଲେଗ ସ୍ପିନର ମୟଙ୍କ ମାର୍କଣ୍ଡେୟ । ତେଣୁ ତାଙ୍କ ସ୍ଥାନରେ ଶାମ୍ସ ମୁଲାନୀଙ୍କୁ ଦଳରେ ସୁଯୋଗ ମିଳିଛି । ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରି ବିସିସିଆଇ ରାଡର ଭିତରକୁ ଆସିଥିଲେ ଏହି ଖେଳାଳି । ତେଣୁ ସେ ଏହି ଇରାନୀ କପ ପାଇଁ ଦଳରେ ଏଣ୍ଟ୍ରି କରିପାରିଛନ୍ତି । ୪୬ ୱିକେଟ ସହ ସର୍ବାଧିକ ୱିକେଟ ନେବା ଲିଷ୍ଟରେ ସେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି ।

Shams Mulani: टीम इंडिया को मिलने वाला है 'युवराज', बल्ले से बरसती है आग तो  बलखाती गेंद पर बड़े-बड़े सूरमा भी लगते हैं नाचने | mumbai all rounder shams  mulani likely for

ନିକଟରେ ଏକ ମ୍ୟାଚରେ ଶାମ୍ସ ମୁଲାନୀଙ୍କର ଏକ ଜୋରଦାର ଶଟ ସିଧା ଯାଇ ଅମ୍ପାୟାର ବିନୋଦ ଶିବପୁରମଙ୍କ ମୁଣ୍ଡରେ ଲାଗିଥିଲା । ତେଣୁ ସେ ମଇଦାନରେ ହିଁ ଲୋଟଇ ପଡିଥିଲେ । ତେବେ ଫିଜିଓ ଡକ୍ଟର ସୋନାଲୀ ତାଙ୍କୁ ପ୍ରାଥିମ ଚିକିତ୍ସା ଦେଇଥିଲେ,ଏବଂ ପରେ ଏଆରଆଇ ସ୍କାନ କରିବାରୁ ରିପୋର୍ଟ ଠିକ ଥିବା ଡାକ୍ତରଙ୍କ ତରଫରୁ ସୂଚନା ଦୀଆଯାଇଛି ।

ରେଷ୍ଟ ଅଫ ଇଲେଭେନର ପ୍ଲେଇଙ୍ଗ ଇଭେଭେନ:-

ମୟଙ୍କ ଅଗ୍ରୱାଲ(ଅଧିନାୟକ), ସୁଦୀପ ଧରାନୀ, ଯଶସ୍ୱୀ ଜଏସ୍ୱ।।ଲ, ଅଭିମନ୍ୟୁ ଈଶ୍ୱରନ, ହାର୍ଭିକ ଦେଶାଇ, ମୁକେଶ କୁମାର,ଅତୀତ ଶେଠ, ଚେତନ ସକାରିୟା, ନବଦୀପ ସୈନୀ, ଉପେନ୍ଦ୍ର ଯାଦବ(ୱିକେଟ କିପର), ଶାମ୍ସ ମୁଲାନୀ, ସୌରଭ କୁମାର, ଆକାଶ ଦୀପ, ବାବା ଇନ୍ଦ୍ରଜିତ, ପୁଲକିତ ନାରଙ୍ଗ, ୟଶ ଧୁଲ

Get real time updates directly on you device, subscribe now.