ନିର୍ବାଚନ ନିୟମ ସଂଶୋଧନ କଲେ କେନ୍ଦ୍ର ସରକାର: ଏଣିକି ନିର୍ବାଚନ ସହ ଜଡ଼ିତ କୌଣସି ଡକ୍ୟୁମେଣ୍ଟ ଜନତାଙ୍କ ପାଇଁ ଉପଲବ୍ଧ ହେବନାହିଁ

ନୂଆଦିଲ୍ଲୀ: ନିର୍ବାଚନ ନିୟମରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଏଣିକି ସାଧାରଣ ଜନତା ଇଲୋକ୍ଟ୍ରୋନିକ ରେକର୍ଡ ମାଗିପାରିବେ ନାହିଁ । ଭାରତୀୟ ନିର୍ବାଚନ ଆୟୋଗ (ଇସି)ଙ୍କ ସୁପାରିଶତ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନିର୍ବାଚନ ସଞ୍ଚାଳନ ନିୟମ, ୧୯୬୧ର ନିୟମ ୯୩(୨)(ଏ)ରେ ସଂଶୋଧନ କରିଛନ୍ତି । ଏହି ନିୟମ ପରିବର୍ତ୍ତନ ହେବା ଫଳରେ ସାର୍ବଜନିକ ନିରୀକ୍ଷଣ ପାଇଁ କାଗଜପତ୍ର ବା ଡସ୍ତାବିଜ ଉପରେ କଟକଣା ଲାଗୁ କରାଯାଇ ପାରିବ । ଏଣିକି ନିର୍ବାଚନ ସହ ଜଡ଼ିତ କୌଣସି ଡକ୍ୟୁମେଣ୍ଟ ଜନତାଙ୍କ ପାଇଁ ଉପଲବ୍ଧ ହେବ ନାହିଁ ।

ସିସିଟିଭି କ୍ୟାମେରା ଓ ୱେବକାଷ୍ଟିଂ ଫୁଟେଜ ସମେତ ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂ ପରି କିଛି ବୈଦ୍ୟୁତିକ ଡକ୍ୟୁମେଣ୍ଟର ସାର୍ବଜନିକ ନିରୀକ୍ଷଣକୁ ରୋକିବା ପାଇଁ କେନ୍ଦ୍ର ସରକାର ନିର୍ବାଚନ ନିୟମରେ ପରିବର୍ତ୍ତନ କରିଛନ୍ତି । ଏହାଦ୍ୱାରା ଦୁରୂପଯୋଗକୁ ରୋକାଯାଇ ପାରିବ ବୋଲି ଲକ୍ଷ୍ୟ ରଖାଯାଇଛି । ନିୟମ ୯୩ ଅନୁସାରେ, ନିର୍ବାଚନ ସମ୍ବନ୍ଧିତ ସମସ୍ତ ଡକ୍ୟୁମେଣ୍ଟ ସାର୍ବଜନିକ ନିରୀକ୍ଷଣ ପାଇଁ ଖୋଲା ରହିବ । ସଂଶୋଧନରେ ଡକ୍ୟୁମେଣ୍ଟ ପରେ ଏହି ନିୟମରେ ନିର୍ଦ୍ଦିଷ୍ଟ ଅନୁସାର ଯୋଡ଼ା ଯାଇଛି । ଏହି ସଂଶୋଧନ ପରେ ଏକ ଅଦାଲତୀ ମାମଲା ଟ୍ରିଗର ଥିଲା ବୋଲି ଆଇନ ମନ୍ତ୍ରଣାଳୟ ଓ ନିର୍ବାଚନ ଆୟୋଗର ଅଧିକାରୀମାନେ ଅଲଗା ଅଲଗା ଭାବେ କହିଛନ୍ତି । ପ୍ରାର୍ଥୀଙ୍କ ପାଖରେ ପୂର୍ବରୁ ହିଁ ସମସ୍ତ ଡକ୍ୟୁମେଣ୍ଟ ଓ କାଗଜପତ୍ର ରହିଥିବାରୁ ଏ ସମ୍ବନ୍ଧିତ ନିୟମରେ କୌଣସି ସଂଶୋଧନ କରାଯାଇ ନଥିବା ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ଜଣାପଡ଼ିଛି ।