ପହଲଗାମ ଢ଼ାବାରେ ଖାଇବାକୁ ଦେଲେ ଲୁଣିଆ ମଟନ, ବଞ୍ଚିଗଲା ୧୧ ଜଣଙ୍କ ଜୀବନ

ପରିବାର ୧୧ ଜଣ ସଦସ୍ୟ କଶ୍ମୀର ବୁଲିବାକୁ ପହଞ୍ଚିଥିଲେ । ହେଲେ ଏତେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଏହି ପରିବାର ।

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ବୈସରନରେ ମଙ୍ଗଳବାର ଘଟିଥିଲା ଆତଙ୍କୀ ଆକ୍ରମଣ । ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ୨୬ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା । ଅନେକ ଲୋ ଆହତ ମଧ୍ୟ ହୋଇଛନ୍ତି ।

ଏଭଳି ସ୍ଥିତିରୁ ବଞ୍ଚିଥିବା ବ୍ୟକ୍ତି ଯାହା କହୁଛନ୍ତି । ତାହାକୁ ମଧ୍ୟ ଶୁଣିଲେ ଲୋମ ଟାଙ୍କୁରୀ ଉଠୁଛି । ପହଲଗ୍ରାମ ଆତଙ୍କୀ ଆକ୍ରମଣରୁ ବାର ବାର ବଞ୍ଚିଯାଇଛନ୍ତି କେରଳର ଏକ ପରିବାର । ଯେଉଁ ସର୍ବ ମୋଟ ୧୧ ସଦସ୍ୟ ଥିଲେ ।

ପରିବାର ୧୧ ଜଣ ସଦସ୍ୟ କଶ୍ମୀର ବୁଲିବାକୁ ପହଞ୍ଚିଥିଲେ । ହେଲେ ଏତେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଏହି ପରିବାର । ନଚେତ ଅବସ୍ଥା ମଧ୍ୟ କ’ଣ ହୋଇଥାନ୍ତା ବୋଲଇ କହିଛନ୍ତି କେରଳର ଏହି ପରିବାର ।

କେରଳର ଏହି ପର୍ଯ୍ୟଟକ ପହଲଗାମକୁ ୨ ଦିନର ଟ୍ରିପ ରଖିଥିଲେ । ସୁନ୍ଦର ଯାଗାକୁ ଭଲରେ ଦେଖିବାକୁ ପହଲଗାମରେ ୨ଦିନ ରହିବାକୁ ଯୋଜନା କରିଥିଲେ । ପହଲଗାମକୁ ଯାଉଥିବା ବେଳେ ବାଟରେ ଲଞ୍ଚ ଖାଇ ଯିବାକୁ ପରିବାର ଲୋକ ମନ ବଳାଇଥିଲେ ।

ଘଟଣା ଘଟିଥିବା ସ୍ଥାନରୁ କିଛି କିଲୋମିଟର ଦୂରରେ ଏକ ହୋଟେଲରେ ମଟନ ଖାଇ ଯିବାକୁ ପରିବାର ଲୋକ ମନ ବଳାଇଥିଲେ । ହେଲେ କଥା ଅଛି ରଖେ ହରି ତ ମାରେ କିଏ । ସେହିଭଳି ମଟନ ଟିକିଏ ଅଧିକ ଲୁଣି ହୋଇଯାଇଥିଲା । ଯାହା ପାଇଁ ହୋଟେଲ ମାଲିକ କେରଳର ପରିବାରଙ୍କୁ ଆଉ ଟିକିଏ ସମୟ ବସାଇ ଦେଇଥିଲେ ।

ମଟନ ପୁଣି ଥରେ ପ୍ରସ୍ତୁତ କରି ଦେଇଥିଲେ ଖାଇବାକୁ । ପରିବାର ପକ୍ଷରୁ କୁହାଯାଇଛି କି ଲଞ୍ଚ କରୁଥିବା ସମୟରେ ୧୦ରୁ ୨୦ ଘୋଡ଼ା ତଳକୁ ଦୌଡ଼ୁଥିବା ଦେଖିଥିଲେ । ପରିବାର ଲୋକ ଭାବିଲେ କିଛି ଗୋଟେ ସମସ୍ୟା ହୋଇଛି । ପ୍ରଥମେ କେରଳ ପରିବାରର ସମସ୍ତ ସଦସ୍ୟ ଭାବିଥିଲେ ଭୂସ୍ଖଳନ ହୋଇଛି ।

ଆମେ ଉପରକୁୂ ଯିବାକୁ ନିଷ୍ପତି କରିଥିଲୁ ହେଲେ ହେଲେ ତଳକୁ ଆସୁଥିବା କିଛି ଲୋକ ହାତ ହଲାଇ ମନା କରିଥିଲେ ଉପରକୁ ନଯିବାକୁ । ଏହା ପରେ ଆମେ ତଳକୁ ଆସିଥିଲୁ । ଉପରେ କ’ଣ ହୋଇଛି ଜାଣି ବି ନଥିଲୁ । ପରେ ଏହି ଘଟଣା ସମ୍ପର୍କରେ ଜାଣିଲୁ । ଜଣେ ମହିଳା କାନ୍ଦୁଥିବା ଅବସ୍ଥାରେ ତାଙ୍କୁ ସିଅଆରପିଏଫ ଯବାନ ତଳକୁ ଆଣୁଥିଲେ । ସେଠୁ ଜାଣିବାକୁ ପାଇଲୁ ଏଭଳି ଘଟଣା ଘଟିଛି ।

ଏହା ପରେ ବନ୍ଧୁ ପରିବାର ଲୋକଙ୍କ ଫୋନ୍ ବି ଆମକୁ ଆସୁଥିଲା ଆମେ ଠିକ୍ ଅଛୁ କି ନାହିଁ ବୁଝିବାକୁ । ଲାବନ୍ୟା କହିଥିଲେ ଦୁଇ ଦିନ ହେବ ଆମେ ଠିକ୍ ସେ ଖାଇ ନଥିଲୁ ବୁଲା ବୁଲିରେ । କିନ୍ତୁ ସେହି ଦିନ ସ୍ୱାମୀ ଢ଼ାବାରେ ଖାଇକି ଯିବାକୁ ଜିଦ କରିଥିଲେ ।

ଏହାପରେ ମଟନ ଲୁଣି ହେବା ଏବଂ ଢ଼ାବା ମାଲିକ ପୁଣି ଥରେ ବସାଇ ଆଉ ଥରେ ପ୍ରସ୍ତୁତ କରିବା ଯାହା ପାଇଁ ଆମ ଜୀବନ ବଞ୍ଚି ଯାଇଥିଲା ।