fbpx

ଫର୍ମକୁ ଫେରିଲେ ଚେତେଶ୍ୱର ପୁଜାରା, ପାଞ୍ଚ ମ୍ୟାଚ୍ ରେ ହାସଲ କଲେଣି ଦୁଇ ଦ୍ୱିଶତକ ସହିତ ଗୋଟିଏ ଶତକ

Advertisement

ଭାରତୀୟ କ୍ରିକେଟର ଚେତେଶ୍ୱର ପୁଜାରା ଶନିବାର କାଉଣ୍ଟିଂ କ୍ରିିକେଟରେ ଦ୍ୱିତୀୟ ଦ୍ୱିଶତକ ହାସଲ କରିଛନ୍ତି । ଚଳିତ ସିଜିନରେ ସେ ସସେକ୍ସ ପାଇଁ ଖେଳୁଛନ୍ତି । ନିକଟରେ ପୁଜାରା ନିଜର ଫର୍ମ ପେରି ପାଇବା ପାଇଁ ଖୁବ୍ ସଂଘର୍ସ କରୁଥିଲେ । ଆଜି ପୁଜାରାଙ୍କ ୨୦୩ ରନ୍ ବଳରେ ସସେକ୍ସ ୫୩୮ ରନର ବିଶାଳ ସ୍କୋର ଛିଡ଼ା କରିଛି । ଏଥି ସହିତ ତାଙ୍କ ଦଳ ଡୁରମ୍ ବିପକ୍ଷରେ ୩୧୫ ରନରେ ଆଗୁଆ ହୋଇଛି ।

ଚଳିତ ସିଜିନରେ ପୁଜାରା ସସେସ୍କର ପ୍ରାରମ୍ଭିକ ମ୍ୟାଚ୍ ଗୁଡ଼ିକ ମିସ୍ କରିଥିଲେ । ପୂଜାରା ଏହି ସିଜିନରେ ନିଜର ଛାପ ଚାଡ଼ିବାକୁ ଦୃଢ଼ ପ୍ରତିଶୃତି ବଦ୍ଧ ବୋଲି ଜଣା ପଡୁଛନ୍ତି । ଏହା ପୁର୍ବରୁ ଡର୍ବିସାୟର୍ ବିପକ୍ଷରେ ଏକ ଦ୍ୱିଶତକ ହାସଲ କରିଥିଲେ । ମୋଟ ଉପରେ ୨୦୨୨ କାଉଣ୍ଟି ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ପୁଜାରାଙ୍କ ରହିଛି ।

ପୁଜାରା ଆଜିର ଦ୍ୱିଶତକ ସହାଯ୍ୟରେ ପୁର୍ବତ୍ତନ ଭାରତୀୟ ମହମ୍ମଦ ଆଝାରୁଦ୍ଦିନଙ୍କ ରେକର୍ଡ କାଟି ଦେଇଛନ୍ତି । ଯିଏ ୧୯୯୧ ରେ ଲେଷ୍ଟେଷ୍ଟେୟାର ବିପକ୍ଷରେ ୨୧୨ ଏବଂ ୧୯୯୪ ରେ ଡୁରମ୍ ବିପକ୍ଷରେ ୨୦୫ ସ୍କୋର କରିଥିଲେ। ତାଙ୍କର ଉଭୟ ନକ୍ ଡର୍ବିସାୟର୍ ପାଇଁ ସଂଗ୍ରହ କରିଥିଲେ।

 

Get real time updates directly on you device, subscribe now.