fbpx

ବିଧାୟକ ନିହାର ମହାନନ୍ଦ ଅସୁସ୍ଥ: ଘରୋଇ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ରାଜ୍ୟ ବିଧାନସଭାର ସଦସ୍ୟ ତଥା ବରଗଡ଼ ଜିଲ୍ଲାର ଅତାବିରା ବିଧାନସଭା ଆସନର ବିଧାୟକ ନିହାର ମହାନନ୍ଦ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥତା କାରଣରୁ ବିଧାୟକ ଶ୍ରୀ ମହାନନ୍ଦଙ୍କୁ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଏ ବାବଦରେ ବିଧାୟକ ସାମାଜିକ ଗଣମାଧ୍ୟମ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି ।

ଏଭଳି ସ୍ଥିତିରେ ବିଧାୟକ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଲେ ସେ ସ୍ୱାଭାବିକ ଭାବେ ଜନସାଧାରଣଙ୍କ ସହିତ ଯୋଗାଯୋଗରେ ଆସିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୪ ବିଧାନସଭା ନିର୍ବାଚନରେ ଶ୍ରୀ ମହାନନ୍ଦ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପରାସ୍ତ କରି ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଶ୍ରୀ ମହାନନ୍ଦ ବିଜେପି ପକ୍ଷରୁ ଲଢ଼ି ୯୯ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ଶ୍ରୀମତୀ ଛୁରିଆ ବିଜେଡି ଟିକେଟରେ ଲଢ଼ି ୭୦ ହଜାରୁ ଅଧିକ ଭୋଟ ଓ ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ ଅଭିଶେଖ ସେଠ ୬ ହଜାରରୁ ଅଧିକ ଭୋଟ ପାଇଥିଲେ ।

Get real time updates directly on you device, subscribe now.