fbpx

ବିମାନରେ ଖାଦ୍ୟ ମଗାଇଥିଲେ ଯାତ୍ରୀ; ଖୋଲିଲା ବେଳକୁ ବାହାରିଲା ଜୀଅନ୍ତା ମୂଷା, ତାପରେ….

ନୂଆଦିଲ୍ଲୀ: ମଝି ଆକାଶରେ ଉଡୁଥିଲା ବିମାନ । ଯାତ୍ରୀମାନେ ଖାଇବା ଅର୍ଡର କରି ଖାଉଥିଲେ । ହେଲେ ହଠାତ୍ ଯାହା ହେଲା ସମସ୍ତେ ଆଚମ୍ବିତ ହୋଇପଡିଲେ । ଜଣେ ଯାତ୍ରୀଙ୍କର ବିମାନ ଖାଦ୍ୟରୁ ଜୀଅନ୍ତା ମୂଷା ବାହାରିଲା । ଏହାପରେ ଉଡନ୍ତା ବିମାନରେ ହଙ୍ଗାମା ଦେଖାଯାଇଥିଲା । ଏହି କାରଣ ଯୋଗୁଁ ଗନ୍ତବ୍ୟସ୍ଥଳ ପରିବର୍ତ୍ତେ ଜରୁରୀକାଳୀନ ଅବତରଣ କଲା ବିମାନ । କେବଳ ଏତିକି ନୁହେଁ ବିମାନକୁ ଅନ୍ୟ ରୁଟରେ ଡାଇଭର୍ଟ ମଧ୍ୟ କରାଯାଇଛି । ଯାତ୍ରୀମାନଙ୍କୁ ଉକ୍ତ ବିମାନରୁ ଓହ୍ଲାଇ ଅନ୍ୟ ଏଖ ବିମାନରେ ଗନ୍ତବ୍ୟସ୍ଥଳକୁ ପଠାଯାଇଛି ।

ସୂଚନା ଅନୁସାରେ, ସେପ୍ଟେମ୍ବର 18 ତାରିଖରେ ନରଓ୍ବେର ଏକ ବିମାନରେ ଏହି ଘଟଣା ଘଟିଥିଲା । SAS ଏୟାରଲାଇନ୍ସର SK4683 ବିମାନ ଯାତ୍ରୀଙ୍କୁ ନେଇ ଉଡାଣ ମଧ୍ୟ ଭରିଥିଲା । ତେବେ ଜଣେ ଯାତ୍ରୀ ବିମାନରୁ ଖାଇବା ମଗାଇଥିଲେ । ଖୋଲିକରି ଖାଇବା ବେଳେକୁ ବାହାରିଲା ଜୀଅନ୍ତା ମୂଷା । ଫଳରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ବିମାନ । ଏହି ସ୍ଥିତି ଯାତ୍ରୀ ଏବଂ କ୍ୟାବିନ କ୍ରୁ 2ଜଣଙ୍କ ପାଇଁ ବଡ ଝଟକା ସଦୃଶ ଅଟେ । ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.