fbpx

ବିଶ୍ୱକପ ପରାଜୟ ଅସହ୍ୟ ହେଉଛି! ଅବସରକୁ ନେଇ ବଡ଼ ଘୋଷଣା କଲେ ଡେଭିଡ୍ ମିଲର୍

Advertisement

ନୂଆଦିଲ୍ଲୀ: ଗତ ମାସ ୨୯ ତାରିଖରେ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଟିମ୍ ଇଣ୍ଡିଆ ବିଶ୍ୱ ଚାମ୍ପିୟନ ହୋଇଥିଲା । ତେବେ ଭାରତ ଶେଷ ଓଭରରେ ବିଜୟ ହାସଲ କରିଥିଲେ ହେଁ ତାହା ଏତେ ସହଜ ନଥିଲା । ଦକ୍ଷିଣ ଆଫ୍ରିକା ହାତକୁ ମ୍ୟାଚ ଚାଲିଯାଇଥିବା ବେଳେ ବୋଲରମାନେ କଡ଼ା ସଂଘର୍ଷ କରି ମ୍ୟାଚକୁ ନିଜ ଅକ୍ତିଆରକୁ ଆଣିବାକୁ ସକ୍ଷମ ହୋଇଥିଲେ । ଶେଷ ଓଭରରେ ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍ ଆବଶ୍ୟକ ହେଉଥିବା ବେଳେ ଷ୍ଟ୍ରାଇକରେ ରହିଥିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ୍ ମିଲର ।

ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ବଲକୁ ମିଲର ଏକ ବଡ଼ ଶଟ୍ ମାରିଥିଲେ । ମାତ୍ର ସୂର୍ଯ୍ୟକୁମାର ଯାଦବଙ୍କ ଏକ ଅବିଶ୍ୱସନୀୟ ତଥା ଚିତ୍ତାକର୍ଷକ କ୍ୟାଚ ଫଳରେ ମିଲର ଆଉଟ୍ ହୋଇଥିଲେ । ସେହି କ୍ୟାଚ ହିଁ ଦକ୍ଷିଣ ଆଫ୍ରିକାର ପରାଜୟର କାରଣ ସାଜିଥିଲା । ଏହାପରେ ଦକ୍ଷିଣ ଆଫ୍ରିକାର ବିଜୟ ଆଶା ମଉଳି ଯାଇଥିଲା । ତେବେ ଏହା ମଧ୍ୟରେ ୩ ଦିନ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ଏବେ ବି ମିଲର ଫାଇନାଲର ମ୍ୟାଚର ସେହି ପରାଜୟକୁ ମନରୁ ଭୁଲି ପାରି ନାହାନ୍ତି ।

ଦକ୍ଷିଣ ଆଫ୍ରିକାର ବିଶ୍ୱକପ୍ ଜିତିବା ସ୍ୱପ୍ନ ଚୁରମାର ହୋଇଯିବା ପରେ ମିଲର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ତାଙ୍କର ଅବସରକୁ ନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ଏନେଇ ସେ ଏକ ବଡ଼ ଘୋଷଣା କରିଛନ୍ତି । ଏକ ସୋସିଆଲ ପୋଷ୍ଟରେ ମିଲର ଲେଖଛନ୍ତି, ‘ମୁଁ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବି ନାହିଁ । ପ୍ରୋଟିଆଜ୍ ପାଇଁ ମୁଁ ମୋର ଖେଳ ଜାରି ରଖିବି ।’

Get real time updates directly on you device, subscribe now.