fbpx

ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ‘Exercise Pill’: ଏଣିକି ବିନା ପରିଶ୍ରମରେ ଜଣେ ବ୍ୟକ୍ତି ବ୍ୟାୟାମର ସୁଫଳ ପାଇପାରିବେ!

ନୂଆଦିଲ୍ଳୀ: ଦିନକୁ ଦିନ ବିଜ୍ଞାନ ଅଗ୍ରଗତି କରିବାରେ ଲାଗିଛି । ଅନେକ ଅସମ୍ଭବ କାମକୁ ମଧ୍ୟ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ରିସର୍ଚ୍ଚ କରିବା ପରେ ସମ୍ଭବ କରିବାକୁ ସଫଳ ହୋଇପାରୁଛନ୍ତି । ତେବେ ଏହା ମଧ୍ୟରେ ବୈଜ୍ଞାନିକାମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ସାଧାରଣ ଆମେ ନିୟମିତ ବ୍ୟାୟାମ କଲେ ତାହା ଆମ ଶରୀରକୁ ସୁସ୍ଥ ରଖିଥାଏ । ତେବେ ବିନା ପରିଶ୍ରମରେ ଯଦି ବ୍ୟାୟାମର ସୁଫଳ ଆପଣମାନେ ପାଇପାରିବେ ବୋଲି କୁହାଯିବ ତେବେ ଏହି କଥାକୁ କେହି ସହଜରେ ବିଶ୍ୱାସ କରିପାରିବେ ନାହିଁ । ମାତ୍ର କଥାଟି ସତ ।

ଖବର ମୁତାବକ, ଡେନମାର୍କର ବୈଜ୍ଞାନିକମାନେ ଏକ ନୂଆ ‘ବ୍ୟାୟାମ ବଟିକା’ ପ୍ରସ୍ତୁତ କରିଛନ୍ତି । ଏହି ବଟିକା ଦ୍ୱାରା ଜଣେ ବ୍ୟକ୍ତି ବିନା କଠିନା ବ୍ୟାୟାମରେ ବ୍ୟାୟାମର ସୁଫଳ ପାଇ ପାରିବେ । ଜଣେ ବ୍ୟକ୍ତି କୌଣସି ଦୂର ସ୍ଥାନକୁ ଦୌଡ଼ିଲେ ଯେତିକି ସୁଫଳ ପାଇଥାନ୍ତି, ଏହି ବଟିକା ସେମାନଙ୍କୁ ସମାନ ସୁଫଳ ପ୍ରଦାନ କରିବ । ଏହି ବଟିକା ନାମ ହେଉଛି ‘ଲେକ୍’ । ପରୀକ୍ଷାଗାରରେ ମୂଷାଙ୍କ ଉପରେ ଏହାର ପରୀକ୍ଷା ସଫଳ ହୋଇଥିବା ବେଳେ ଶରୀରୁ ବିଷାକ୍ତ ଉପାଦାନ ବାହାର କରି ଏହା ହୃଦପିଣ୍ଡକୁ ଶକ୍ତିଶାଳୀ କରୁଥିବା କୁହାଯାଇଛି ।

ଏନେଇ ଏହି ଗବେଷଣାର ମୁଖ୍ୟ ଅଧ୍ୟୟନକର୍ତ୍ତା କହିଛନ୍ତି, ଏଥିପାଇଁ ଆମେ ଏକ ଅଣୁ ବିକଶିତ କରିଛୁ, ଯାହାକି କଠିନ ବ୍ୟାୟାମ ଓ ଉପବାସ ପ୍ରତି ଶରୀରର ପ୍ରାକୃତିକ ମେଟାବଲିକ୍ ପ୍ରତିକ୍ରିୟାର ନକଲ କରିବାକୁ ସକ୍ଷମ ଅଟେ । ଏହି ଅଣୁ ଶରୀରକୁ ଏକ ମେଟାବଲିକ୍ ଅବସ୍ଥାକୁ ଆଣିଥାଏ, ଯାହାକି ଖାଲି ପେଟରେ ଦ୍ରୁତ ବେଗରେ ୧୦ କିମି ଦୌଡ଼ିବା ସହ ସମାନ ହୋଇଥାଏ । ସାଧାରଣ ଭାବେ ବ୍ୟାୟାମ ପରେ ଶରୀର ଏକ ଉତ୍ତେଜନା ଅବଧିରେ ପ୍ରବେଶ କରୁଥିବା ବେଳେ ସେ କ୍ଷେତ୍ରରେ ଲାକ୍ଟେଟ ଓ କେଟୋନର ସ୍ତର ବୃଦ୍ଧି ପାଇଥାଏ । ପ୍ରସ୍ତୁତ କରାଯାଇଥିବା ବଟିକାରେ ଲାକ୍ଟେଟ ଓ କେଟୋନ ରହିଛି । ଶରୀର ଦ୍ୱାରା ଉତ୍ପନ୍ନ ହେଉଥିବା ଲାକ୍ଟେଟ ଓ କେଟୋନର ପରିମାଣକୁ ଲେକ୍ ସୁରକ୍ଷିତ ଓ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରିପାରେ । କୌରସି କଠିନ ପରିଶ୍ରମ ବିନା ଏହି ବଟିକା ସୁଫଳ ପ୍ରଦାନ କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Get real time updates directly on you device, subscribe now.