fbpx

ଭରତପୁର ଥାନା ମାମଲା; 6 ଘଣ୍ଟା ବନ୍ଦ ଡାକରା ଦେଲା ବିଜେଡି, ଜାଣନ୍ତୁ କେବେ..

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା, ଅସଦାଚରଣ ଘଟଣା । ଏହାକୁ ପ୍ରତିବାଦ କରି ବନ୍ଦ ପାଳନ କରିବ ବିଜେଡି । ଆସନ୍ତା 24 ତାରିଖରେ ବନ୍ଦ ପାଳନ କରିବ ବଜୁ ଜନତା ଦଳ । 6 ଘଣ୍ଟା ଧରି ବନ୍ଦ ପାଳନ କରାଯିବା ନେଇ ବିଜେଡି ପକ୍ଷରୁ ଘୋଷଣା କରାଯାଇଛି । ସୂଚନା ଅନୁସାରେ, ସକାଳ 6ଟାରୁ ଦିନ 1ଟା ଯାଏଁ ଏହି ବନ୍ଦ ପାଳନ କରାଯିବ । ବନ୍ଦ ଡାକରା ନେଇ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, “ଏହା ଏକ ଅମାନୁଷିକ ଘଟଣା । ଏସଆଇଟି ତଦନ୍ତ ପାଇଁ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଏହି ଘଟଣା ନେଇ ଆମେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛୁ । ଆସନ୍ତା 24ରେ 6 ଘଣ୍ଟିଆ ଭୁବନେଶ୍ବର ବନ୍ଦ ପାଳନ କରିବ ବିଜେଡି ।“

ପ୍ରକାଶଥାଉକି, ଭରତପୁର ଥାନା ମାମଲାରେ ଶନିବାର ୭ ଜଣଙ୍କୁ ଗିରଫ କରିଥିଲା ପୋଲିସ । ମହିଳାଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ୭ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରାଯାଇଥିବା ବେଳେ ସମସ୍ତଙ୍କୁ ଜେଏମଏଫସି କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.