ଭାଇ ସହ ମିଶି ଶାଶୂର ତଣ୍ଟି ଚିପି ମାରିଦେଲା ବୋହୂ !

ଘରେ କେହି ନଥିବାର ସୁଯୋଗ ନେଇ ଶାଶୂର ତଣ୍ଟି ଚିପି ଦେଲା ବୋହୂ। ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଲା।

ରେଢ଼ାଖୋଲ: ବୁଢ଼ା ବୁଢ଼ୀ ବୟସରେ ବୋହୂର ସେବା ପାଇବା ପାଇଁ ଆଶା କରିଥାନ୍ତି ସବୁ ଶାଶୂ ଶ୍ୱଶୁର। ସେଥିପାଇଁ ପୁଅର ବାହାଘର କରି ଘରକୁ ଗୋଟେ ଭଲ ବୋହୂ ବାଛି ଆଣିଥାନ୍ତି। ଠିକ୍ ଏହି ଶାଶୂ ଜଣକ ଅନେକ ଆଶା କରି ପୁଅର ବାହାଘର କରିଥିଲେ।

ଆଉ ଶେଷରେ ସେହି ବୋହୂ ହାତରେ ଶାଶୂର ଜୀବନ ଗଲା। ହଁ ଶାଶୂର ତଣ୍ଟି ଚିପି ବୋହୂ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ହେଉଛି ରେଢ଼ାଖୋଲ ଥାନା କୁଟାସିଙ୍ଗା ଗାଁର।

ଘରେ କେହି ରହୁନଥିଲେ। ସ୍ୱାମୀ ଓ ଶ୍ୱଶୁର ବାହାରେ ରୁହନ୍ତି। ଆଉ ଘରେ ଶାଶୂ ଓ ବୋହୂ ଥାଆନ୍ତି। ହେଲେ ପ୍ରାୟ ସମୟରେ ଶାଶୂ-ବୋହୂଙ୍କ ମଧ୍ୟରେ ଝଗଡ଼ା ଲାଗେ। ଆଉ ଘଟଣା ଦିନ ବି ଲାଗିଥିଲା।

ଆଉ ଝଗଡ଼ା ଅତ୍ୟଧିକ ବଢ଼ିଯିବାରୁ ପାରିବାରିକ କଳହ ଉଗ୍ର ରୂପ ଧାରଣ କରିଥିଲା। ଶେଷରେ ଭାଇ ସହ ମିଶି ବୋହୂ ଶାଶୂର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଥାନାରେ ଅଭିଯୁକ୍ତ ବୋହୂ ଓ ତା’ର ଭଆଇ ଅଟକ ରଖିଛି ପୋଲିସ। ପାରିବାରିକ କଳହରୁ ବୋହୂ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।