ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଥଣ୍ଡା ଦିନ ଆସିଲେ ଶରୀରରେ ଅନେକ ପ୍ରକାରର ରୋଗ ଦେଖିବାକୁ ମିଳିଥାଏ । ଜଳବାୟୁ ପରିବର୍ତ୍ତନ ଓ ଅଳସୁଆମି ଆଦି କାରଣରୁ ମଣିଷ ଅନେକ ସମସ୍ୟାର ସାମ୍ନା କରିଥାଏ । ଯେପରିକି କୋଲେଷ୍ଟରଲ ବୃଦ୍ଧି, ଓଜନ ବଢ଼ିବା, ଭୋକ ନହେବା, ମାଂସପେଶୀ ଯନ୍ତ୍ରଣା, ଦାନ୍ତ, ଓଠ ଓ ନାକ ଆଦି ସମସ୍ୟା । ତେବେ ଏପରି ଅନେକ ଶୀତଦିନିଆ ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆପଣମାନେ ବେଳ ଥାଉ ଥାଉ ସତର୍କ ରହିଲେ ବିନା ଖର୍ଚ୍ଚରେ ବି ସୁସ୍ଥରେ ଜୀବନ ବିତାଇ ପାରିବେ ।
ତେବେ ଆପଣମାନେ ଯଦି ଟିକିଏ ସାବଧାନ ରହିବେ, ତେବେ ଥଣ୍ଡା ଦିନରେ ଅନେକ ରୋଗକୁ ସହଜରେ ମୁକାବିଲା କରିପାରିବେ । ଆପଣଙ୍କ ରୋଷେଇ ଘରେ ଥିବା ସୋରିଷ ତେଲର ଉପଯୋଗ କରି ଆପଣମାନେ ଅନେକ ସୁଫଳ ପାଇ ପାରିବେ । ସୋରିଷ ତେଲ ଆପଣଙ୍କ ଭୋକ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏଥିସହତ ଓଜନ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ ଓ ପାଚନ ଶକ୍ତି ମଧ୍ୟ ଠିକରେ କାର୍ଯ୍ୟ କରିଥାଏ । ପୁରୁଣା ସମୟରେ ଲୋକମାନେ ରୋଗ ସଂକ୍ରମଣରୁ ଦୂରେଇବା ପାଇଁ ଛୋଟ ପିଲାଙ୍କ ଶରୀରରେ ସୋରିଷ ତେଲ୍ ମାଲିସ୍ କରୁଥିଲେ ।
ସୋରିଷ ତେଲରେ ଏଥିରେ ଥାୟାମିନ, ନିଆସିନ ପରି ଭିଟାମିନ ରହିଥାଏ, ଯାହା ଓଜନ ହ୍ରାସରେ ସହାୟକ ହୋଇଥାଏ । ସୋରିଷ ତେଲକୁ ମାଲିସ କରିବା ଦ୍ୱାରା ଶରୀରରେ ଅତିରିକ୍ତ ଚର୍ବି ହ୍ରାସ ଘଟିଥାଏ । ଶରୀରରେ ସୋରିଷ ତେଲର ମାଲିସ କରିବା ଫଳରେ ମାଂସପେଶୀ ମଜବୁତ ହେବା ସହ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇଥାଏ । ୧ ଚାମଚ ସୋରିଷ ତେଲ ଔଷଧ ରୂପେ ସେବନ କରିବା ଫଳରେ କାଶ, ଗଳାର ଯନ୍ତ୍ରଣା କମ୍ ହୋଇଥାଏ । ତେଣୁ ଆପଣ ରାତିରେ ଶୋଇବା ପୂର୍ବରୁ ନାଭିରେ ତେଲ ଲଗାଇ ଶୁଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଓଠ ନରମ ଓ ମୁଲାୟମ ହୋଇଥାଏ । ସୋରିଷ ତେଲ ସହ ହଳଦୀ ଓ ଲୁଣକୁ ମିଶାଇ ଦାନ୍ତ ମୂଳରେ ନିୟମିତ ମାଲିସ କରନ୍ତୁ । ଏହାଦ୍ୱାରା ଦାନ୍ତର ବିନ୍ଧା, ପାଇରିଆ ଆଦି ରୋଗରୁ ରକ୍ଷା ମିଳିଥାଏ । ଶରୀରରେ କୋଲେଷ୍ଟରଲର ପରିମାଣକୁ ନିୟନ୍ତ୍ରଣ କରିବାରେ ସୋରିଷ ତେଲ ସହାୟକ ହୋଇଥାଏ । ଶ୍ୱାସ କ୍ରିୟାରେ ଅସୁବିଧା ହେଲେ ତେଲକୁ ନାକରେ ଲଗାଇବା ଫଳରେ ତତକ୍ଷଣାତ ଉପଶମ ମିଳିଥାଏ । ଏଥିସହ ନାକ କୁଣ୍ଡାଇ ହେବା, ନାକ ଶୁଷ୍କ ହେବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।