ସମ୍ବଲପୁର: ସକାଳୁ ସକାଳୁ ଚାଷୀଙ୍କ ଦ୍ୱାରା ରାସ୍ତା ଅବରୋଧ। ଏହି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର ସିନ୍ଦୁରପଙ୍କ ବାଇପାସ ନିକଟରେ। ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶତାଧିକ ଗାଡି ମୋଟର।
ଚାଷୀଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରୁନାହିଁ। ସେଥିପାଇଁ ଆମେ ପ୍ରାୟତଃ ସମୟରେ ଦେଖିଛେ ଚାଷୀ ମାନେ ଆନ୍ଦୋଳନ କରୁଥିବାର କିମ୍ବା ରାସ୍ତା ରୋକ କରି ଗର୍ଜୁଥିବାର।
ଆଜି ମଧ୍ୟ ସକାଳୁ ସକାଳୁ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି। ଧାନ ବିକ୍ରି ଟାର୍ଗେଟ ନଥିବାରୁ ଚାଷୀମାନେ ସମ୍ବଲପୁରରେ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି।