fbpx

ସୁଭଦ୍ରା ଯୋଜନାରେ ମିଳିବ ବୋନସ୍ ୫୦୦ ଟଙ୍କା: ଜାଣନ୍ତୁ କେମିତି ଖର୍ଚ୍ଚ କଲେ ପାଇବେ ଏହି ସୁବିଧା…

ଓଡ଼ିଶା ଭାସ୍କର: ସାରା ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ଖୁବ ଉତ୍ସାହ ଦେଖାଯାଇଛି । ବର୍ତ୍ତମାନ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଉ ଏକ ଖୁସି ଖବର ଦେଇଛନ୍ତି । ଏହି ୫,୦୦୦ ଟଙ୍କା ପରେ ମଧ୍ୟ ବୋନସ୍ ଟଙ୍କା ଦେବେ ସରକାର । ସୁଭଦ୍ରା ଯୋଜନାରେ ହିତାଧିକାରୀ ଆହୁରି ୫୦୦ ଟଙ୍କା ଲେଖାଏଁ ବୋନସ୍ ପାଇପାରିବେ । ଲକ୍ଷ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଏହି ଯୋଜନାର ପ୍ରଥମ କିସ୍ତି ଟଙ୍କା ପହଞ୍ଚି ସାରିଛି । ପ୍ରଥମେ ୧ ଟଙ୍କା ଲେଖାଏଁ ସମସ୍ତଙ୍କ ଆକାଉଣ୍ଟକୁ ପଠା ଯାଇଥିବା ବେଳେ ପରେ ୪,୯୯୯ ଟଙ୍କା ପଠାଇଛନ୍ତି ସରକାର । ଏହାପରେ ମଧ୍ୟ ଆଉ ୫୦୦ ଟଙ୍କା ପାଇ ପାରିବେ ହିତାଧିକାରୀ । ଜାଣନ୍ତୁ କେମିତି…

ସୁଭଦ୍ରା ଯୋଜନାକୁ ନେଇ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁଭଦ୍ରା ଯୋଜନାର ମହିଳା ହିତାଧିକାରୀମାନେ ଅତିରିତକ୍ତ ୫୦୦ ଟଙ୍କା ବୋନସ୍ ଆକାରରେ ପାଇପାରିବେ । ଯେଉଁ ମହିଳାମାନେ ଏହି ସୁଭଦ୍ରା ଟଙ୍କାକୁ ଡିଜିଟାଲ ଉପାୟରେ ଖର୍ଚ୍ଚ କରିବେ, ସେମାନଙ୍କୁ ଏହି ବୋନସ୍ ପ୍ରଦାନ କରାଯିବ । ସୁଭଦ୍ରା ଟଙ୍କା ପାଇବା ପରେ ବିଭିନ୍ନ ବ୍ୟାଙ୍କ ଆଗରେ ଲାଗିଛି ମହିଳା ହିତାଧିକାରୀଙ୍କ ଭିଡ଼ । ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଭିଡ଼ ଜମାଇଛନ୍ତି ମହିଳା । ତେବେ ଏ ନେଇ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ମିଳିଥିବା ସମସ୍ତ ଟଙ୍କା ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ । ସରକାର ଏହା ଉପରେ କୌଣସି ସୁଧ ନେବେ ନାହିଁ କିମ୍ବା ଏହାକୁ ଫେରାଇ ନେବେ ନାହିଁ । ତେଣୁ ଏସମୁ ଉପରେ ଆସୁଥିବା ବିଭିନ୍ନ ମିଛ ଖବର ଉପରେ ଧ୍ୟାନ ଦିଅନ୍ତୁ ନାହିଁ ।

ସୁଭଦ୍ରା ଯୋଜନାରେ ଟଙ୍କା ପାଇଥିବା ମହିଳା ହିତାଧିକାରୀମାନଙ୍କୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆପଣମାନଙ୍କ ଆକାଉଣ୍ଟକୁ ଯାଇଥିବା ସମସ୍ତ ଟଙ୍କା ଆପଣଙ୍କର । ଏହାକୁ ଆପଣଙ୍କ ଇଚ୍ଛା ଅନୁସାରେ ଆପଣ ଖର୍ଚ୍ଚ କରିପାରିବେ । କିନ୍ତୁ ଯଦି ଆପଣ ଏହାକୁ ଡିଜିଟାଲ ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି, ତେବେ ଆପଣଙ୍କୁ ସରକାରଙ୍କ ତରଫରୁ ବୋନସ୍ ପ୍ରଦାନ କରାଯିବ । ଏହି ମହିଳାମାନଙ୍କୁ ୫୦୦ ଟଙ୍କା ଲେଖାଏଁ ବୋନସ୍ ଭାବରେ ପଠାଇବେ ସରକାର । ବର୍ତ୍ତମାନ ସାରା ଭାରତରେ ଡିଜିଟାଲ ଟ୍ରାଞ୍ଜାକ୍ସନ ସେବା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ତେଣୁ ମହିଳା(ସୁଭଦ୍ରା ଯୋଜନା ହିତାଧିକାରୀ) ମାନଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହେବାକୁ ସେ ଉତ୍ସାହିତ କରିଛନ୍ତି ।

ସୁଭଦ୍ରା ଯୋଜନା ଅଧୀନରେ ରାଜ୍ୟର ପ୍ରାୟ ୨୫ ଲକ୍ଷ ୧୧ ଜଣଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ପଠାଯାଇଛି । ହିତାଧିକାରୀଙ୍କୁ ମିଳିଥିବା ଏହି ୫,୦୦୦ ଟଙ୍କା ଉପରେ ହିତାଧିକାରୀଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି । ଏହାକୁ ଯେତେବେଳେ ଯେପରି ଚାହିଁବେ, ସେମାନେ ଖର୍ଚ୍ଚ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ମହିଳା ହିତାଧିକାରୀ ମାନଙ୍କୁ ଆଶ୍ୱସ୍ତି ମିଳିଛି ।

Get real time updates directly on you device, subscribe now.