fbpx

ହରିୟାଣାରେ ଯଦି କଂଗ୍ରେସ ଜିତିବ, ତେବେ ମୁଖ୍ୟମନ୍ତ୍ରୀ କିଏ ହେବ?

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନର ୯୦ଟି ଆସନ ପାଇଁ ନିକଟରେ ମତଦାନ ସରିଥିବା ବେଳେ ଆସନ୍ତା ୮ ତାରିଖରେ ଫଳାଫଳ ସାମ୍ନାକୁ ଆସିବ । ଏହା ମଧ୍ୟରେ ସାମ୍ନାକୁ ଆସିଛି ଏଗଜିଟ୍ ପୋଲ ତଥ୍ୟ । ତେବେ ରାଜ୍ୟରେ କ୍ରମାଗତ ତୃତୀୟ ଥର ସରକାର ଗଠନ କରି ହ୍ୟାଟ୍ରିକ୍ ଲକ୍ଷ୍ୟରେ ବିଜେପି ରହିଥିବା ବେଳେ କଂଗ୍ରେସ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି । ତେବେ ଏଗଜିଟ ପୋଲ ଆକଳନରେ ବିଜେପିକୁ ଲାଗିଛି ବଡ଼ ଝଟକା । ଅଧିକାଂଶ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନ ମୁତାବକ, ଏଥର ରାଜ୍ୟରେ କଂଗ୍ରେସ ଅଧିକ ସିଟ୍ ଅକ୍ତିଆର କରିବ । ସୂଚନାଯୋଗ୍ୟ ଯେ, ଅନେକ ସମୟରେ ଏଗଜିଟ୍ ପୋଲ ତଥ୍ୟ ସତ୍ୟ ପ୍ରମାଣିତ ହେଉଥିବା ବେଳେ ଅନେକ ସମୟରେ ତାହା ଭୁଲ୍ ପ୍ରମାଣିତ ହୋଇଥାଏ ।

ତେବେ ରାଜ୍ୟରେ ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାହାକୁ ନେଇ ଏବେ ରାଜନୈତକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ରାଜ୍ୟକୁ ଜଣେ ଦଳିତ କିମ୍ବା ମହିଳା ମୁଖ୍ୟମନ୍ତ୍ରୀ ମିଳିପାରେ ବୋଲି ହେଉଥିବା ଚର୍ଚ୍ଚାକୁ ନେଇ କଂଗ୍ରେସ ସାଂସଦ କୁମାରୀ ସୈଲଜା ନିଜର ମତ ରଖିଛନ୍ତି । ସେ କହିଛନ୍ତି, ସାଧାରଣ ଜନତାଙ୍କ ସହିତ ଭାଜପାର ସହିତ ସମ୍ପର୍କ ରହିନଥିଲା । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ରାଜ୍ୟରେ ବହୁତ ପ୍ରଭାବ ପକାଇ ପାରିଥିଲା । କଂଗ୍ରେସ ଯଦି ରାଜ୍ୟରେ କ୍ଷମତାକୁ ଆସେ ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଦଳର ହାଇକମାଣ୍ଡ ସ୍ଥିର କରିବେ । ବିଭିନ୍ନ ଦିଗ ପ୍ରତି ବିଚାର କରି ଏହି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସେହିପରି ରାଜ୍ୟରେ କଂଗ୍ରେସ ୬୦ରୁ ଅଧିକ ଆସନରେ ଜିତିବ ବୋଲି ସୈଲଜା କହିଛନ୍ତି । ଏଥିସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା ମଧ୍ୟ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.