fbpx

ହିଜବୁଲ୍ଲା ପେଜର ବ୍ଲାଷ୍ଟରେ ଭାରତୀୟ ଯୁବକଙ୍କ ହାତ ? ରିପୋର୍ଟରେ ଆଶ୍ଟର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: ଲେବାନନରେ ହୋଇଥିବା ପେଜର ବ୍ଲାଷ୍ଟ ବର୍ତ୍ତମାନ ହେଡଲାଇନରେ ରହିଛି । ଲେବାନନରେ ପେଜର୍ ବିସ୍ଫୋରଣ ଘଟଣାର ଅନୁସନ୍ଧାନରେ ନରୱେରେ ରହୁଥିବା ଜଣେ ପ୍ରବାସୀ ଭାରତୀୟଙ୍କ ନାମ ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ ଲେବାନନରେ 12 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହାଜାରେରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ କେରଳର ୱାୟାନାଡରୁ ଆସିଥିବା ନରୱେ ନାଗରିକ ରିନସନ ଜୋସେଙ୍କ ନାମ ବର୍ତ୍ତମାନ ସାମ୍ନାକୁ ଆସିଛି । ବୁଲଗେରିଆର 37 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମାଲିକାନାରେ ଥିବା ଏକ କମ୍ପାନୀ ଏହି ସନ୍ତ୍ରାସବାଦୀ ଗୋଷ୍ଠୀକୁ ପେଜର୍ ଯୋଗାଇବାରେ ଜଡିତ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ପେଜର ବିସ୍ଫୋରଣ ପରେ ପେଜର ତିଆରି କରୁଥିବା କମ୍ପାନୀଗୁଡିକୁ ଯାଞ୍ଚ କରାଯାଇଥିଲା । ତେବେ ବ୍ୟବହୃତ ପେଜରଗୁଡିକ ତାଇୱାନର ଏକ କମ୍ପାନୀ ଗୋଲ୍ଡ ଆପୋଲୋ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ପ୍ରକାଶ ଥାଉକି, ଏକ ବିବୃତ୍ତିରେ କମ୍ପାନୀ କହିଛି ଯେ, ବିସ୍ଫୋରଣରେ ବ୍ୟବହୃତ ପେଜର୍ ମଡେଲ୍, ଆର୍ -924, ପ୍ରକୃତରେ ହଙ୍ଗେରୀର ବୁଦ୍ଧାପୁରରେ ଅବସ୍ଥିତ ଏକ କମ୍ପାନୀ BAC Consulting KFT ଦ୍ୱାରା ନିର୍ମିତ ଏବଂ ବିକ୍ରି ହୋଇଥିଲା । ବୁଲଗେରିଆର ରାଜ୍ୟ ସୁରକ୍ଷା ଏଜେନ୍ସି DANS କହିଛି ଯେ ଏହା ଦେଶର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସହିତ ସମନ୍ୱୟ ରକ୍ଷା କରୁଛି ଏବଂ ନର୍ଟା ଗ୍ଲୋବାଲ ଲିମିଟେଡ୍ କମ୍ପାନୀର ଭୂମିକା ଅନୁସନ୍ଧାନ କରୁଛି । ଏହି କମ୍ପାନୀ 2022 ରେ ସୋଫିଆରେ ପଞ୍ଜୀକୃତ ହୋଇଥିଲା । ଯାହା ନରୱେର ରିନସନ ଜୋସେଙ୍କ ଅଟେ । ତେବେ କହିରଖୁଛୁ କି ବୁଲଗେରିଆର ସୁରକ୍ଷା ଏଜେନ୍ସି ତାଙ୍କ ଦେଶ ଦେଇ ପେଜର ପରିବହନ ହୋଇନାହିଁ ବୋଲି ସ୍ପଷ୍ଟ କରିଛି । ଏହାପରେ ରିସସନ ଏବଂ ତାଙ୍କ କମ୍ପାନୀକୁ କ୍ଲିନଚିଟ୍ ମିଳିଛି । ଏହି ପେଜର ଗୁଡିକୁ ବୁଡାପେଷ୍ଟର ଏକ କମ୍ପାନୀ ତିଆରି କରିଥିଲା ।

Get real time updates directly on you device, subscribe now.