ହୋଲିରେ ଗୁଳିକାଣ୍ଡ, ବିଜେପି ନେତାଙ୍କୁ ଗୁଳି କରି ମାରିଦେଲେ
ଜମି ସାଜିଲା କାଳ। ଜମି ପାଇଁ ଗଲା ଜୀବନ। ହୋଲିରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା।
ହରିୟାଣା: ହୋଲିରେ ଅଘଟଣ। ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ଜମି ବିବାଦକୁ ନେଇ ବିଜେପି ନେତାଙ୍କ ଉପରେ ଗୁଳିମାଡ଼। ଏମିତିକି ଗୁଳି ବି ଯାଇ ଠିକ୍ ନିଶାନାରେ ଲାଗିଛି। ଯାହା ଫଳରେ ବିଜେପି ନେତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ହଁ ଗୋଟେ ପଟେ ରଙ୍ଗର ପର୍ବକୁ ଲୋକେ ବେଶ ଧୁମଧାମରେ ପାଳନ କରୁଥିବା ବେଳେ, ଅନ୍ୟ ପଟେ ବିଜେପି ନେତାଙ୍କ ଉପରେ ହୋଇଛି ଗୁଳି ବର୍ଷା। ଏପରିକି ଏହି ଗୁଳିକାଣ୍ଡରେ ବିଜେପି ନେତାଙ୍କ ଜୀବନ ମଧ୍ୟ ଚାଲିଯାଇଛି। ସୂଚନାନୂସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଥିବା କୁହାଯାଉଛି।
ବିଜେପି ନେତାଙ୍କୁ ଗୁଳି: ସକାଳୁ ସକାଳୁ ହୋଲି ଦିନରେ ହରିୟାଣା ସୋନିପତରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖବର ଅନୁସାରେ ଜବାହର ଗାଁରେ ଏହି ହତ୍ୟାକାଣ୍ଡ ହୋଇଛି। ବିଜେପି ନେତା ତଥା ଗାଁ ମୁଖିଆ ସୁରେନ୍ଦ୍ର ଜବାହରଙ୍କୁ ଗୁଳି ମାରି ହତ୍ୟା କରାଯାଇଛି।
ହତ୍ୟାକାରୀର ନାଁ ମୋନୁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପାରିବାରିକ କଳହରୁ ଗୁଳିକାଣ୍ଡ ଘଟିଥିବା ନେଇ ପୋଲିସ ସୂଚନା ଦେଇଛି। ସୁରେନ୍ଦ୍ର ଜବାହରଙ୍କୁ ନିଶାନା କରି ଅଭିଯୁକ୍ତ ମୋନୁ ଫାୟାରିଂ କରିଥିଲା। ଯେଉଁଥିରେ ଗୁଳି ସିଧା ସୁରେନ୍ଦ୍ରଙ୍କ ଦେହରେ ବାଜିଥିଲା। ଆଉ ସେ ପ୍ରାଣତ୍ୟାଗ କରିଥିଲେ।
ଜମି ବିବାଦରୁ ହତ୍ୟା: ପୋଲିସର କହିବା କଥା ଅଭିଯୁକ୍ତ ମୋନୁର ସମ୍ପର୍କୀୟଙ୍କ ଠାରୁ ସୁରେନ୍ଦ୍ର କିଛି ବର୍ଷ ତଳେ ଜମି କିଣିଥିଲେ। ହେଲେ ଏହି ଜମି କିଣାକୁ ନେଇ ଦୁଇ ପରିବାରଙ୍କ ମଧ୍ୟରେ କଳହ ଲାଗି ରହିଥିଲା।
ଯାହାର ପରିଣାମ ସୁରେନ୍ଦ୍ରଙ୍କୁ ଗୁଳି କରି ହତ୍ୟା କଲା ମୋନୁ। କହିବାକୁ ଗଲେ ଜମିପାଇଁ ବିଜେପି ନେତାଙ୍କର ଜୀବନ ଗଲା। ପୋଲିସ ଏବେ ଅଭିଯୁକ୍ତକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ବହୁତ ଶୀଘ୍ର ଅଭିଯୁକ୍ତ ଧରା ପଡିବ ବୋଲି ଆଶା କରାଯାଉଛି।