fbpx

୨ଟି ବଡ଼ ଉପହାର ପାଇବେ କେନ୍ଦ୍ର କର୍ମଚାରୀ! ବଢ଼ିବ ମହଙ୍ଗା ଭତ୍ତା, ଅଷ୍ଟମ ବେତନ କମିଶନ ଗଠନ ନେଇ ଦିଆଗଲା ପ୍ରସ୍ତାବ

Advertisement

ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି ନେତୃତ୍ୱରେ ନୂଆ ସରକର ଗଠନ ହେବା ପରେ କର୍ମଚାରୀଙ୍କୁ ମିଳିବାକୁ ଯାଉଛି ଏକ ବଡ଼ ଉପହାର । ବର୍ଷକୁ ଦୁଇଥର କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରୁଥିବା ବେଳେ ଦ୍ୱିତୀୟ ଛଅ ମାସ ପାଇଁ ଡିଏ ବୃଦ୍ଧିକୁ ନେଇ କର୍ମଚାରୀମାନେ ଅପେକ୍ଷା କରି ରହିଛନ୍ତି । ଏହା ମଧ୍ୟରେ ୮ମ ବେତନ ଆୟୋଗ ଗଠନ ନେଇ ଦାବି ଉଠିଛି । ଏ ସମ୍ବନ୍ଧରେ ନ୍ୟାସନାଲ କାଉନସିଲ ପକ୍ଷରୁ କ୍ୟାବିନେଟ ସଚିବଙ୍କୁ ଚିଠି ଲେଖାଯାଇ ୮ମ ବେତନ ଗଠନ ପାଇଁ ପ୍ରାଥମିକ ଦେବାକୁ ଅନୁରୋଧ କରାଯାଇଛି ।

ନ୍ୟାସନାଲ କାଉନସିଲ ପକ୍ଷରୁ କୁହାଯାଇଛି ଯେ, କୋଭିଡ-୧୯ ପରେ ମୁଦ୍ରାସ୍ଫୀତି ପୂର୍ବ କୋଭିଡ ଠାରୁ ଅଧିକ ରହିଛି । ଯଦି ଆମେ ୨୦୧୬ରୁ ୨୦୨୩ ମଧ୍ୟରେ ଜରୁରୀ ସାମଗ୍ରୀ ଓ ଦୈନନ୍ଦିନ ଜୀବନ ଧାରଣ ପାଇଁ ଆବଶ୍ୟକ ବସ୍ତୁର ତୁଳନା କରିବା, ତେବେ ସେଥିରେ ୮୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ୨୦୨୩ ମସିହା ଜୁଲାଇ ପହିଲା ସୁଦ୍ଧା ଆମକୁ ପାଖାପାଖି ୪୬ ପ୍ରତିଶତ ଡିଏ ଦିଆଯାଇଛି । ତେଣୁ ବାସ୍ତବିକ ମୂଲ୍ୟ ବୃଦ୍ଧି ଓ କର୍ମଚାରୀ, ପେନସନଭୋଗୀଙ୍କୁ ଦିଆଯାଇଥିବା ଡିଏ ମଧ୍ୟରେ ଅନ୍ତର ରହିଛି । କେନ୍ଦ୍ର ସରକାରଙ୍କ ରାଜସ୍ୱ ୨୦୧୫ରୁ ୨୦୨୩ ମଧ୍ୟରେ ଦୁଇଗୁଣ ହୋଇଯାଇଛି । ଏହା ରାଜସ୍ୱ ସଂଗ୍ରହରେ ଏକ ବଡ଼ ବୃଦ୍ଧିର ସଙ୍କେତ ଦେଇଛି । ତେଣୁ ୨୦୧୬ ଅପେକ୍ଷା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପାଖରେ ଅଧିକ ଅର୍ଥ ପ୍ରଦାନ କରିବାର କ୍ଷମତା ରହିଛି ।

ସୂଚନାଯୋଗ୍ୟ ଯେ, ପ୍ରତି ୧୦ ବର୍ଷରେ ବେତନ ଆୟୋଗ ଗଠନ କରାଯାଇଥାଏ । ଏହି ଆୟୋଗ କେନ୍ଦ୍ର କର୍ମଚାରୀଙ୍କ ବେତନ ଷ୍ଟ୍ରକଚର, ଭତ୍ତା ଓ ବେନିଫିଟ୍ସର ସମୀକ୍ଷା କରିଥାଏ । ମହଙ୍ଗାକୁ ଦୃଷ୍ଟିରେ ରଖି ଏହା ବେତନ ଓ ଭତ୍ତାରେ ପରିବର୍ତ୍ତନ ନେଇ ପ୍ରସ୍ତାବ ଦେଇଥାଏ । ୨୦୧୪ ମସିହା ଫେବୃଆରୀ ୨୮ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୭ମ ବେତନ କମିଶନ ଗଠନ କରିଥିଲେ । ଉକ୍ତ ବେତନ ଆୟୋଗ ୨୦୧୫ ମସିହା ନଭେମ୍ବର ୧୫କୁ ନିଜର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲା । ତା’ପରେ ୨୦୧୬ ମସିହା ଜାନୁଆରୀ ପହିଲାରେ ତାହାକୁ ଲାଗୁ କରାଯାଇଥିଲା ।

Get real time updates directly on you device, subscribe now.